bjd gruha runa

ସମ୍ବଲପୁର ବାର ଏସୋସିଏସନର କର୍ମକର୍ତ୍ତାଙ୍କୁ ଭେଟିଲେ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର

BJD Bijuli 480×75 Mob

ସମ୍ବଲପୁର: ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ମଙ୍ଗଳାବର ସମ୍ବଲପୁର ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଚଳିତ ନିର୍ବାଚନରେ ଆଇନଜୀବିଙ୍କ ସହଯୋଗ କାମନା କରିଛନ୍ତି। ସମ୍ବଲପୁର ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ସମୟରେ ଶ୍ରୀ ପ୍ରଧାନ କହିଥିଲେ ଯେ ସାମୂହିକ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ପାଇଁ ପଶ୍ଚିମ ଓଡିଶାର ସମ୍ବଲପୁର ରେ ହିଁ ପଶ୍ଚିମ ଓଡିଶା ହାଇ କୋର୍ଟ ବେଞ୍ଚ ସ୍ଥାପନ ହେବା ଏକାନ୍ତ ଜରୁରୀ ଅଟେ। ବିଗତ ବର୍ଷ ଗୁଡିକରେ ସମ୍ବଲପୁର ଲୋକସଭା ସାଂସଦ ଥିବା ସମୟରେ ମଧ୍ୟ ଏହି ଦାବି କରିଥିଲି ଏବଂ ଆଜି ମଧ୍ୟ ମୋର ଏହି ଦୃଢ ଦାବି ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହା ବ୍ୟତୀତ ଶ୍ରୀ ପ୍ରଧାନ କାର୍ୟ୍ୟକର୍ତ୍ତାଙ୍କ ଗହଣରେ କୋର୍ଟ ପରିସର ବୁଲି ଆଇନଜୀବୀଙ୍କ ସହିତ ଆଲୋଚନା କରିଥିଲେ।

Comments are closed.