nua o banner

ଯାଞ୍ଚରେ କଟିଲା ଆନନ୍ଦପୁର ଆସନରୁ କୁଳମଣୀ ସେଠୀଙ୍କ ପ୍ରାର୍ଥୀପତ୍ର

BJD Bijuli 480×75 Mob

କେନ୍ଦୁଝରଗଡ଼଼: କେନ୍ଦୁଝର ଲୋକସଭା ଏବଂ ଜିଲାର ୬ ବିଧାନସଭା ଆସନ ନିମନ୍ତେ ଚଳିତମାସ ୬ ତାରିଖ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବାପରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ଯୋଗ୍ୟ ପ୍ରାର୍ଥୀତାଲିକା ପ୍ରକାଶ ପାଇଛି। ଯାଞ୍ଚ ପରେ କେବଳ ଆନନ୍ଦପୁର ବିଧାନସଭା ଆସନ ପାଇଁ ମୋ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ କୁଳମଣୀ ସେଠୀଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଅନ୍ୟ ସମସ୍ତ ଆସନ ପାଇଁ ଦାଖଲ କରିଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ପ୍ରକାଶିତ ଯୋଗ୍ୟ ପ୍ରାର୍ଥୀତାଲିକା ଅନୁଯାୟୀ କେନ୍ଦୁଝର ଲୋକସଭା ପାଇଁ ୧୧ଜଣ, କେନ୍ଦୁଝର ସଦର ବିଧାନସଭା ପାଇଁ ୧୦ଜଣ, ଚମ୍ପୁଆ ପାଇଁ ୧୫ଜଣ, ତେଲକୋଇ ପାଇଁ ୭ଜଣ, ପାଟଣା ପାଇଁ ୧୦ଜଣ, ଘସିପୁରା ଆସନ ପାଇଁ ୧୩ଜଣ ଓ ଆନନ୍ଦପୁର ଆସନ ପାଇଁ ୭ଜଣଙ୍କୁ ମିଶାଇ ମୋଟ ୬ ବିଧାନସଭା ଆସନ ପାଇଁ ୬୬ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଗୁରୁବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଆସନ୍ତା ୨୫ ତାରିଖ ସମସ୍ତ ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

Comments are closed.