୯ରେ ଆସିବେ ଗଡ଼କରି ଓ ବିଶ୍ବଶର୍ମା, ଓଡ଼ିଶାରେ ପ୍ରଚାର କରିବେ ହେମା ମାଲିନି
ଭୁବନେଶ୍ବର: ଆସନ୍ତା ୯ ତରିଖରେ ଓଡ଼ିଶା ଆସିବେ ବିଜେପିର ୨ ବରିଷ୍ଠ ନେତା। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଗସ୍ତରେ ଆସିବେ ଏବଂ ପୁରୀ ଜିଲାରେ ହେବାକୁ ଥିବା ସଭାରେ ଯୋଗଦେବେ। ପୁରୀ ଓ କୃଷ୍ଣପ୍ରସାଦ ସମାବେଶରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଯୋଗଦେବେ ବୋଲି ଜଣାପଡ଼ିଛି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓଡ଼ିଶା ଗସ୍ତରେ ଆସିବେ ଏବଂ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲିକୋଟରେ ସଭା କରିବେ ବୋଲି ସୂଚନା ମିଳିଛି।
ଓଡ଼ିଶାରେ ପ୍ରଚାର କରିବେ ହେମା ମାଲିନି। ସେ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମା ମାଲିନିଙ୍କୁ ସାମିଲ କରାଯାଇଛି।
Comments are closed.