nua o banner

୮୦ ବର୍ଷର ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ

BJD Bijuli 480×75 Mob

ଧାମରା: ପୂର୍ବ ଶତ୍ରୁତାକୁ ନେଇ ମରଣାତ୍ମକ ଆକ୍ରମଣ। ପରେ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିଲା ପରିବାର। ଥାନାରେ ଏତଲା ଦେବା ପରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶେଷରେ ୮୦ବର୍ଷର ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଂଶଡା ପୁଲିସ। ପ୍ରାପ୍ତ ଖବରରୁ ଜଣାଯାଇଛି ଗତ ମାସ ନଳଗୋହିରା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପରିବାରକୁ ସର୍ବ ସମ୍ମୁଖରେ ତ୍ରିଲୋଚନ ସାହୁ ଏବଂ ତାଙ୍କ ପରିବାର ମରଣାତ୍ମକ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ପରେ ରାଧାଶ୍ୟାମଙ୍କ ସ୍ତ୍ରୀ ରଞିତା ସାହୁ ଏନେଇ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ବାଂଶଡା ଥାନାଧିକାରୀ ଏହି କଥାର ସରଜମିନ ତଦନ୍ତ କରି ତ୍ରିଲୋଚନ ସାହୁଙ୍କ ପରିବାରର ୨ଜଣଙ୍କୁ ଗିରଫ କରିଥିଲେ। ପରେ ମାଡ ଖାଇଥିବା ରଞିତା ସାହୁ ପୁନଶ୍ଚ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ତ୍ରିଲୋଚନ ସାହୁ (୮୦) ଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶାନୁଯାଇ ଆଜି ବାଂଶଡା ଥାନାଧିକାରୀ ଦେବରାଜ ଜେନା ସଦଳବଳେ ଯାଇ ତ୍ରିଲୋଚନ ସାହୁଙ୍କୁ ଗିରଫ କରି ଥାନାକୁ ଆଣିବା ପରେ କୋର୍ଟ ଚାଲାଣ କରିଥିଲେ।

Comments are closed.