mission shakti banner

ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କିିତ ବିଶେଷ ଆଲୋଚନାଚକ୍ର

bjd gruha runa banner

କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର ପକ୍ଷରୁ ମଙ୍ଗଳବାର ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କିିତ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ନୂତନ ଶିକ୍ଷାନୀତି ବ୍ୟକ୍ତିର ସାମଗ୍ରିକ ବିକାଶରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି-୨୦୨୦ ମାନବିକତାର ଉଥ୍‌‌ଥାନ ଦିଗରେ ସହାୟକ ହେବାସହ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ନୂତନ ଶିକ୍ଷାନୀତିର ଉଦ୍ଦେଶ୍ୟ ପ୍ରତିଭାକୁ ଚିହ୍ନଟ କରି ତା’ର ବିକାଶ ଦିଗରେ ପ୍ରଯତ୍ନ ହୋଇ କିଭଳି ସମସ୍ତେ ସ୍ୱାବଲମ୍ବୀ ହୋଇପାରିବେ ତହାକୁ ଲକ୍ଷ୍ୟ ରଖି ଜାତୀୟ ଶିକ୍ଷାନୀତି-୨୦୨୦କୁ କାର୍ଯ୍ୟକାରୀ କରାଯାଇ ଆସୁଛି ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟ କୁଳସଚିବ ନରେନ୍ଦ୍ର କୁମାର ସାହୁ ମଞ୍ଚାସୀନ ହୋଇଥିବା ବେଳେ ଶେଷରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments are closed.