www.samajalive.in
Monday, December 15, 2025
24.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଆକ୍ରମଣକୁ ପିସିସି ସଭାପତିଙ୍କ ଦୃଢ଼ ନିନ୍ଦା

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତି ମାଧ୍ୟମରେ ସମ୍ବଲପୁର ବିଶ୍ୱବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବର୍ବୋରଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରି ଆହତ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଚେତେଇ ଦେଇଛନ୍ତି।

କରୋନାର ଦ୍ୱିତୀୟ ଲହର ଓଡ଼ିଶାର ବିଶେଷ କରି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଏବଂ ଦକ୍ଷିଣ ପଶ୍ଚିମାଂଚଳ ଜିଲ୍ଲା ମାଲକାନଗିରି ରେ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ଏବେ ପାଖାପାଖି ଓଡ଼ିଶାର ୫୭୬ କୋରାନା ଆକ୍ରାନ୍ତ ବାହାରିଲେଣି। ତନ୍ମମଧ୍ୟରୁ ପାଖାପାଖି ୬୦ରୁ ୬୫ ଭାଗ ଏହି ସବୁ ଜିଲ୍ଲାରେ। ତେଣୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ କରୋନା ମହାମାରୀର ଉଗ୍ରରୂପକୁ ପରିଲକ୍ଷିତ କରି କିଭଳି ଭାବରେ ଛାତ୍ରମାନେ ନିଜକୁ ସୁରକ୍ଷିତ ରଖିବା ସହିତ ସଂକ୍ରମଣକୁ ରୋକିବା ସହିତ ପରୀକ୍ଷା ମଧ୍ୟ ସୂଚାରୁରୂପେ ପରିଚାଳନା ହୋଇପାରିବ ତାହାକୁ ନେଇ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବା ସହିତ ଅଫ ଲାଇନ ପରିବର୍ତେ ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଦାବି କଲେ।

ଛାତ୍ର ଓ ଛାତ୍ରୀମାନଙ୍କର କହିବା କଥା ଗତବର୍ଷ ସେମାନେ ଅନଲାଇନରେ ପାଠ ପଢ଼ିଲେ ଏବଂ ଅନଲାଇନରେ ପରୀକ୍ଷା ଦେଲେ ମଧ୍ୟ। ଏବର୍ଷ ମଧ୍ୟ ଅନଲାଇନରେ ପାଠପଢ଼ା ଚାଲିଛି କିନ୍ତୁ ଅଫଲାଇନରେ ପରୀକ୍ଷା କରିବାପାଇଁ କାହିଁକି ବିଶ୍ୱବିଦ୍ୟାଳୟ କତୃପର୍କ୍ଷ ଜିଦ୍‌ରେ ଅଢ଼ିବସିଛନ୍ତି। ରାଜ୍ୟ ସରକାର କୋଭିଡ୍‌ର ସଂକ୍ରମଣର ଅଭିବୃଦ୍ଧିକୁ ଲକ୍ଷ୍ୟକରି ଏସ୍‌ଓପି ଜାରି କଲାବେଳେ ଏହି କଥାକୁ ନେଇ ହଠାତ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କ ନିର୍ଦ୍ଦେଶରେ ପୁଲିସ ଛାତ୍ରଛାତ୍ରୀମାନଙ୍କ ଉପରେ ଅକଥନୀୟ ଲାଠି ଚାର୍ଜ କଲେ। ଏହି ଲାଠି ଚାର୍ଜ ଯୋଗୁଁ ୧୨ ଛାତ୍ରଛାତ୍ରୀ ଆଘାତପ୍ରାପ୍ତ ଏବଂ ୧୩ ଜଣ ଛାତ୍ରଛାତ୍ରୀ ଅତି ଗୁରୁତ୍ୱର ଆଘାତ ପ୍ରାପ୍ତ ହୋଇ ହସ୍‌ପିଟାଲରେ ଚିକିତ୍ସାଧିନ ଅଛନ୍ତି। ବର୍ତମାନ ସୁଦ୍ଧା ତାଙ୍କ ପରିସ୍ଥିତି ଅତି ସଂକଟାପନ୍ନ।

ବିଶ୍ୱଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସର ବର୍ବୋରଚିତ ଆକ୍ରମଣ ଓ ଲାଠିଚାର୍ଜକୁ ପିସିସି ସଭାପତି ଦୃଢ଼ ଭାବରେ ନିନ୍ଦା କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରି ଆହତ କରିବାରେ ଯେଉଁମାନଙ୍କର ସଂପୃକ୍ତି ଅଛି ସେମାନଙ୍କ ବିରୁଦ୍ଧରେ ସରକାର ଦୃଢ଼ ଏବଂ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନର ରାଜ୍ୟ କଂଗ୍ରେସ ଚୁପ ହୋଇ ବସିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories