www.samajalive.in
Monday, December 15, 2025
16.1 C
Bhubaneswar

ମୋଇନ୍‌ଙ୍କ ବିପକ୍ଷରେ ତସ୍‌ଲିମାଙ୍କ ଆପତ୍ତିଜନକ ମନ୍ତବ୍ୟ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର ମୋଇନ୍ ଅଲୀଙ୍କ ବିପକ୍ଷରେ ବେଶ୍‌ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ବାଂଲାଦେଶର ଖ୍ୟାତିସମ୍ପନ୍ନ ଲେଖିକା ତସ୍‌ଲିମା ନସ୍‌ରିନ୍। ମୋଇନ୍ ଯଦି କ୍ରିକେଟ୍‌ ଖେଳି ନଥାଆନ୍ତେ; ତେବେ ସେ ଆତଙ୍କବାଦୀ ହୋଇଥାଆନ୍ତେ ବୋଲି ନସ୍‌ରିନ୍ କହିଛନ୍ତି। ତାଙ୍କ ଟ୍ବିଟର ପୃଷ୍ଠାରେ ନସ୍‌ରିନ ଲେଖିଛନ୍ତି, ଯଦି ମୋଇନ୍ କ୍ରିକେଟ୍‌ରେ ବାନ୍ଧିହୋଇ ରହି ନଥାଆନ୍ତେ; ସେ ସିରିୟା ଯାଇ ଆଇଏସ୍‌ଆଇଏସ୍‌ରେ ଯୋଗ ଦେଇଥାଆନ୍ତେ।


ନସ୍‌ରିନଙ୍କ ଏପରି ମନ୍ତବ୍ୟ ପରେ କ୍ରିକେଟ୍‌ ମହଲରେ ତାଙ୍କ ପ୍ରତି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନସ୍‌ରିନଙ୍କୁ ଜବାବ ଦେଇ ମୋଇନ୍‌ଙ୍କ ସାଥୀ ଖେଳାଳି ଜୋଫ୍ରା ଆର୍ଚର ଟ୍ବିଟର ପୃଷ୍ଠାରେ ଲେଖିଥିଲେ, ତୁମ ମସ୍ତିଷ୍କ ସୁସ୍ଥ ଅଛି? ମୁଁ ଭାବୁଛି ସୁସ୍ଥ ନାହିଁ। ଏହାପରେ ତସ୍‌ଲିମା ନସ୍‌ରିନ ଲେଖିଥିଲେ, ମୋତେ ଘୃଣା କରୁଥିବା ବ୍ୟକ୍ତି ଭଲଭାବେ ଜାଣିଛନ୍ତି ଯେ ମୋଇନ୍ ଅଲୀଙ୍କ ଉପରେ ମୋର ଟ୍ବିଟ୍‌ ମଜାରେ ଥିଲା। ହେଲେ ସେମାନେ ଏହାକୁ ଏକ ପ୍ରସଙ୍ଗ କରି ମୋତେ ଅପମାନିତ କରିବାକୁ ଚାହୁଁଛନ୍ତି। ମୁଁ ମୁସ୍‌ଲିମ୍ ସମାଜକୁ ଧର୍ମ ନିରପେକ୍ଷ କରିବାର ପ୍ରୟାସ କରୁଛି। ଏହାର ଜବାବରେ ଜୋଫ୍ରା ଆର୍ଚର ପୁଣି ଲେଖିଥିଲେ, ମଜାରେ ଲେଖିଥିଲ? କେହି ତ ହସୁନାହାନ୍ତି! ତୁମେ ବି ନୁହଁ! ତୁମେ ଏପରି ପୋଷ୍ଟ ଡିଲିଟ୍‌ କରିବା ଠିକ୍ ହେବ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories