ଘରୋଇ ଉଦ୍ୟୋଗରେ ପରିଚାଳିତ ବିମାନବନ୍ଦର ଉପରେ ସିଆଇଏସଏଫ୍‌ର ୮୦୦ କୋଟି ବାକି

0

ନୂଆଦିଲ୍ଲୀ : ଘରୋଇ ଉଦ୍ୟୋଗ ଦ୍ୱାରା ପରିଚାଳିତ ଦେଶର ଛଅଟି ବିମାନ ବନ୍ଦର ଉପରେ ସିଆଇଏସଏଫ୍‌ର (କେନ୍ଦ୍ର ଶିଳ୍ପ ନିରାପତ୍ତା ବାହିନୀ) ପ୍ରାୟ ୮୦୦ କୋଟି ଟଙ୍କା ବାକି ରହିଛି ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଲୋକସଭାକୁ ଅବଗତ କରାଇଛନ୍ତି।

ଦିଲ୍ଲୀ ବିମାନବନ୍ଦରର ପରିଚାଳନା ଦାୟିତ୍ୱ ନେଇଥିବା ଡିଆଇଏଏଲ (ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ) ଏ ବାବଦରେ ସର୍ବାଧିକ ୭୩୭.୩୭ କୋଟି ଟଙ୍କା ପୈଠ କରିବ ବୋଲି ଜଣାପଡିଛି।

ଅପରପକ୍ଷରେ ମୁମ୍ବଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ (ମୁମ୍ବଇ)କୁ ୪୮.୭୦ କୋଟି ଓ ବାଙ୍ଗାଲୋର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡକୁ ୨୨.୮୬ ଲକ୍ଷ ଟଙ୍କା ଦେବାକୁ ପଡିବ। ଏହି ବିମାନବନ୍ଦରର ସୁରକ୍ଷା ଦାୟିତ୍ୱ ସିଆଇଏସଏଫ୍‌ ଉପରେ ନ୍ୟସ୍ତ କରାଯାଇଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଭଡା ଗଣିବାକୁ ପଡୁଛି।

Leave A Reply