www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରଶାସନର ଆଇନ ଆଢୁଆଳରେ ଜବରଦଖଲକାରୀଙ୍କ ଗୁଣ୍ଡାଗିରି, ଆରଆଇ ଅଫିସ ପାଚେରୀ ଭାଙ୍ଗିଲେ

ବେଗୁନିଆ: ବେଗୁନିଆ ତହସିଲ ଅଧିନସ୍ଥ ସିକୋ ଆର ଆଇ ସର୍କଲର ସିକୋ ଗ୍ରାମର ଜବରଦଖଲକାରୀଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ। ପ୍ରଶାସନର ଆଇନ ଆଢୁଆଳରେ ରହି ଜବରଦଖଲକାରୀମାନେ ସରକାରୀ ଜମି ଜବରଦଖଲ କରୁଥିବା ଯୋଗୁଁ ନିରୀହ ଜନସାଧାରଣଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁମାନେ ତ୍ରାହି ତ୍ରାହି ଡାକ ଦେଉଛନ୍ତି। କିନ୍ତୁ ନିରୀହ ଜନସାଧାରଣଙ୍କୁ ପ୍ରଶାସନ ସୁରକ୍ଷା ଦେବା ପରିବର୍ତ୍ତେ ଜବରଦଖଲକାରୀଙ୍କ ନାମରେ ଏନକ୍ରୋଚମେଣ୍ଟ କେସ୍ କରି ସେମାନଙ୍କଠାରୁ ଜରିମାନା ଆଦାୟ କରି ଉଚ୍ଛେଦ ନୋଟିସ ଧରାଇ ଦେଇ ଶାନ୍ତିରେ ଘୁଙ୍ଗୁଡି ମାରୁଛି।

ସିକୋରେ ଜବରଦଖଲକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବଂ ଏ ସଂକ୍ରାନ୍ତରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଉଚ୍ଛେଦ ଉପରେ କେହି ଗୁରୁତ୍ୱ ଦେଉନଥିବା ଜଣାପଡିଛି। ଫଳରେ ଜବରଦଖଲକାରୀଙ୍କ ପ୍ରତି କୌଣସି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଯୋଗୁଁ ସେମାନେ ଲଗାମଛଡ଼ା ହୋଇ ନିରୀହ ଜନସାଧାରଣଙ୍କୁ ବିଭିନ୍ନ ବାଟରେ ହଇରାଣ ହରକତ କରୁଛନ୍ତି। ଏପରିକି ସରକାରୀ ଜମିଗୁଡିକ ଜବରଦଖଲକାରୀମାନେ ବାଡ଼ବନ୍ଦୀ କରି ତାକୁ ଖଣ୍ଡ ଖଣ୍ଡ କରି ବହୁ ମୂଲ୍ୟରେ ବିକ୍ରିକରି ଲୋକମାନଙ୍କୁ ପଟା କରାଇ ଦେବାର ପ୍ରତିଶୃତି ଦେଉଛନ୍ତି।

- Advertisement -

ଏ ସଂକ୍ରାନ୍ତରେ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ଆରଡିସିଙ୍କ ନିକଟରେ ଅଭିଯୋଗ ଥିଲେ ମଧ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଜବରଦଖଲକାରୀମାନଙ୍କ ଦ୍ୱାରା ପ୍ରଶାସନ ପରିଚାଳିତ ହୋଇ ଉଚ୍ଛେଦ କ୍ଷେତ୍ରରେ ନୀରବଦ୍ରଷ୍ଟା ସାଜିଥିବାରୁ ଆଜି ପ୍ରଶାସନକୁ ପ୍ରଥମେ ତାର କୁପରିଣାମ ଭୋଗ କରିବାକୁ ପଡିଛି। ସିକୋ ଆର ଆଇ କାର୍ୟ୍ୟାଳୟ ୪୭୫ ଡ଼ିସିମିଲ ଜାଗାରେ ଥିବାବେଳେ ତାକୁ ଲାଗି କାର୍ୟ୍ୟାଳୟର ଆଉ ୨ଶହ ଡ଼ିସିମିଲ ଜାଗା ରହିଛି। କିନ୍ତୁ ଏହି ଜାଗାଟିକୁ ସମ୍ପୃକ୍ତ ଗ୍ରାମର କିଛି ମୁସଲମାନ ସମ୍ପ୍ରଦାୟର ଲୋକ ଜବରଦଖଲ କରି ରଖିଥିବାବେଳେ ଉକ୍ତ କାର୍ୟ୍ୟାଳୟ ଗୃହର ମରାମତି ଏବଂ ପାଚେରୀ ନିର୍ମାଣ କାର୍ୟ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଚାଲୁ ରହିଛି। କିନ୍ତୁ ଉକ୍ତ କାର୍ୟ୍ୟାଳୟର ୨ ଶହ ଡ଼ିସିମିଲ ଜାଗାରେ ଥିବା ପାଚେରୀ ଉପରେ ପଥର ବସାଯାଇ ଅଧିକ ଉଚ୍ଚ କରାଯାଉଥିବାବେଳେ କେତେଜଣ ମୁସଲମାନ ଲୋକ ଆସି ଉକ୍ତ ପାଚେରୀକୁ ଭାଙ୍ଗି ଦେଇଛନ୍ତି । ଆରଆଇ ମନୋଜ ନାୟକ ସେମାନଙ୍କୁ ପଚାରିବାରୁ ସେମାନେ ଏହି ଜାଗାକୁ ଜବରଦଖଲ କରି ରଖିଛନ୍ତି ବୋଲି କହିଥିଲେ। ଫଳରେ ଆର ଆଇ ପାଚେରୀ ଭାଙ୍ଗିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇବେ ବୋଲି କହିଛନ୍ତି। ପ୍ରଶାସନର ଆଇନ ଆଢୁଆଳରେ ରହି ଜବରଦଖଲକାରୀମାନେ ଆଜି ଗୁଣ୍ଡାଗିରି ଦେଖାଇ ଆରଆଇଙ୍କ କାର୍ୟ୍ୟାଳୟ ଭାଙ୍ଗିଥିବା ବେଳେ ତହସିଲ କାର୍ୟ୍ୟାଳୟ ଭାଙ୍ଗିବାକୁ ଆଉ ବେଶୀ ବିଳମ୍ବ ହେବନାହିଁ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି। ଆରଆଇଙ୍କ କାର୍ୟ୍ୟାଳୟ ଜବରଦଖଲକାରୀମାନେ ଭାଙ୍ଗିବା ପରେ ଜନ ସ୍ୱାର୍ଥ ବିରୋଧୀ ପ୍ରଶାସନର ନିଦ ଭାଙ୍ଗୁଛି ନାଁ ନାହିଁ ଏବଂ କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ସ୍ଥାନୀୟ ଜନସାଧାରଣ ଚାହିଁ ବସିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories