www.samajalive.in
Monday, December 15, 2025
24.1 C
Bhubaneswar

ମରାଠୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଶୀଘ୍ର: ଫଡ଼ନାବିସ୍‍

ମୁମ୍ବଇ : ମରାଠୀଙ୍କ ପାଇର୍ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆଇନାନୁସାରେ ସଂରକ୍ଷଣ କାର୍ଯ୍ୟାରୀ କରାଯିବ ବୋଲି ଗୁରୁବାର କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍। ଏ ସମ୍ପର୍କରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି ଓ ଏହା ଶେଷ ହେବା ପରେ ସଂରକ୍ଷଣ ଲାଗୁ କରାଯିବ ବୋଲି ସେ ସୂଚନା ଦେଉଛନ୍ତି। ମରାଠା ସଂରକ୍ଷଣ ଆନ୍ଦୋଳନ ସାରା ରାଜ୍ୟକୁ ବ୍ୟାପିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗୁରୁବାର ବିଭିନ୍ନ ଦଳର ନେତା, ଆନ୍ଦୋଳନକାରୀ ଓ ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ଏ ନେଇ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି। ଏଥିରେ ଆଲୋଚନାରେ ଉପସ୍ଥିତ ସମସ୍ତ ପକ୍ଷ ଦସ୍ତଖତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ସେମାନଙ୍କ ଦାବିକୁ ସମର୍ଥନ କରୁଛନ୍ତି ଏବଂ ଯଥା ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବାର ଉଦ୍ୟମ ହେଉଛି। ଅପରପକ୍ଷରେ ମରାଠା କ୍ରାନ୍ତି ମଞ୍ଚ ପକ୍ଷରୁ ବୁଧବାର ଆୟୋଜିତ ଜେଲ୍‍ଭରୋ ଆନ୍ଦୋଳନରେ ଗିରଫ କର୍ମୀମାନଙ୍କୁ ପୁଲିସ ଚାଡ଼ିଦେଇଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories