www.samajalive.in
Sunday, December 14, 2025
19.1 C
Bhubaneswar

ଇମ୍ରାନ୍‍ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନ ରହିବା ଭଲ: ରେହାମ୍‍

ଲଣ୍ଡନ : ଇମ୍ରାନ ଖାନ୍‍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି; କିନ୍ତୁ ତାଙ୍କର ପୂର୍ବତନ ପତ୍ନୀ ରେହାମ୍‍ ଖାଁଙ୍କୁ ତୀବ୍ର ଆକ୍ରମଣରୁ କ୍ଷାନ୍ତ କରାଇପାରୁ ନାହାନ୍ତି। ସେମାନଙ୍କ ମାତ୍ର ୧୦ମାସର ବୈବାହିକ ସମ୍ପର୍କ ୨୦୧୫ରେ ତୁଟି ଯାଇଥିଲା। ନିର୍ବାଚନ ପୂର୍ବରୁ ରହାମ୍‍ଙ୍କ ଲିଖିତ ଏକ ପୁସ୍ତକର ପାଣ୍ଡୁଲିପି ପ୍ରଘଟ ହୋଇଥିଲା ଓ ଏଥିରେ ସେ ଇମ୍ରାନଙ୍କ ବିରୋଧରେ ନାହିଁ ନଥିବା କୁତ୍ସାରଟନା କରିଥିବା ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଇମ୍ରାନ କହିଛନ୍ତି ଯେ ‘ଜୀବନରେ ସେ କିଛି ଭୁଲ୍‍ କରିଛନ୍ତି; କିନ୍ତୁ ରେହାମ୍‍ଙ୍କୁ ବିବାହ କରିବା ମସ୍ତବଡ଼ ଭୁଲ୍‍। ତାଙ୍କ ସମ୍ପର୍କରେ ସେ କିଛି କହିବାକୁ ଚାହାନ୍ତି ନାହିଁ।’
ଏହାର ଜବାବରେ ପୂର୍ବତନ ବିବିସି ସାମ୍ବାଦିକା ରେହାମ୍‍ ସମାନ କଥା ଦୋହରାଇଛନ୍ତି। ‘ଇମ୍ରାନଙ୍କୁ ବିବାହ କରିବା ମଧ୍ୟ ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍‍’ ବୋଲି ସେ କହିଛନ୍ତି। ‘ମୁଁ ଜଣେ ନୈଷ୍ଠିକ ଦେଓବନ୍ଦୀ ମୁସଲମାନ। କୋରାନ୍‍ ପ୍ରତି ମୋର ବିଶ୍ୱାସ ରହିଛି। ବିବାହ ପରେ ମୁଁ ଏକ କୋରାନ୍‍ ପାଠ ଉତ୍ସବ ଆୟୋଜନ କରିଥିଲି ଓ ଏହାକୁ ନେଇ ଇମ୍ରାନ୍‍ ମୋତେ ପାଗଳ ବୋଲି ସମ୍ବୋଧନ କରିଥିଲେ। ଏହା ଜାଣିଲେ ଲୋକ ଫଟୋ ଉଠାଇ ଛାପିଦେବେ’ ବୋଲି ସେ କହିଥିଲେ। ଇମ୍ରାନଙ୍କ ପାଖକୁ ଅଦ୍ଭୁତ ଫୋନ୍‍ କଲ୍‍ ଓ ଇ-ମେଲ୍‍ ସବୁ ଆସୁଥିଲା ଏବଂ ସେ ଘରେ ବୁଦ୍ଦୁଙ୍କ ଭଳି ବିଚିତ୍ର ଢ଼ଙ୍ଗରଙ୍ଗ ଦେଖାଉଥିଲେ। ଘରେ ଅନ୍ଧ ପୀରମାନେ ପ୍ରାର୍ଥନା କରୁଥିଲେ, ଘରେ ତନ୍ତ୍ରମନ୍ତ୍ର ଚାଲୁଥିଲା, ବିଚିତ୍ର ଲେଖା ଓ ସଂଖ୍ୟା ସବୁ ଉଲ୍ଲିଖିତ ହେଉଥିଲା। ଇମ୍ରାନ ଅତ୍ୟନ୍ତ ଅନ୍ଧବିଶ୍ୱାସୀ। ସେ ଇସ୍‍ଲାମ୍‍ବିରୋଧୀ କାର୍ଯ୍ୟ ଆୟୋଜନ କରୁଥିଲେ। ଜ୍ୟୋତିଷଙ୍କୁ ହାତ ଦେଖାଇବା, ଭବିଷ୍ୟବାଣୀ ଶୁଣିବାରେ ସେ ବ୍ୟସ୍ତ ରହୁଥିଲେ। ଏସବୁ ରେହାମ୍‍ଙ୍କ ଆତ୍ମଜୀବନୀ ପୁସ୍ତକ ‘ରେହାମ୍‍ ଖାଁ’ରେ ଉଲ୍ଲିତଖିତ ରହିଛି।
ରେହାମ୍‍ କହିଛନ୍ତି ଯେ ‘ଭଲ ହୋଇଛି, ଇମ୍ରାନ ପ୍ରଧାନମନ୍ତ୍ରୀଙ୍କ ସରାରୀ ବାସଭବନରେ ରହିବାକୁ ମନା କରିଛନ୍ତି; ନଚେତ୍‍ ସେ ସେଠାରେ ଏଭଳି ଗୁଣିଗାରେଡ଼ି କାମ ଚଳାଇଥାଆନ୍ତେ।’ ଇମ୍ରାନ୍‍ ଏବେ ପ୍ରଧାନମନ୍ତ୍ରୀ ମୁକୁଟ ପିନ୍ଧିବାକୁ ପ୍ରସ୍ତୁତ ହେଉଛନ୍ତି; କିନ୍ତୁ ଗୋଟିଏ ଭାରି ମୁଣ୍ଡ ଏହି ମୁକୁଟ ପିନ୍ଧିବାକୁ ଯାଉଥିବାବେଳେ ଏଥିପାଇଁ କେତେ ମୂଲ୍ୟ ଦେବାକୁ ପଡ଼େ ତାହା ସେ ଭାବି ନାହାନ୍ତି। ଏହି ମୁକୁଟ ପରିଧାନ କରିବା ଦ୍ୱାରା ଏହାର ପବିତ୍ରତା ନଷ୍ଟ ହେବ। ଏହା ଯେ କୌଣସି ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ବୋଲି ରେହାମ୍‍ କହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories