www.samajalive.in
Sunday, December 14, 2025
23.1 C
Bhubaneswar

ରୁଷିଆ ନିଶାଣରେ ଭାରତ ଓ ବ୍ରାଜିଲ ନିର୍ବାଚନ

ୱାଶିଂଟନ୍‍ : ଆମେରିକା ପରେ ରୁଷିଆ ନିଶାଣରେ ଏବେ ରହିଛି ଭାରତ ଓ ବ୍ରାଜିଲର ସାଧାରଣ ନିର୍ବାଚନ। ଗଣମାଧ୍ୟମ ଜରିଆରେ ରୁଷିଆ କର୍ତ୍ତୃପକ୍ଷ ଏହି ଦୁଇ ଦେଶର ନିର୍ବାଚନକୁ ପ୍ରଭାବିତ କରିବାକୁ ପ୍ରୟାସ ଚଳାଇଛନ୍ତି। ଏ ସମ୍ପର୍କରେ ଆମେରିକା ସାଂସଦଙ୍କୁ ସୂଚନା ଦେଇଛନ୍ତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସାମାଜିକ ଗଣମାଧ୍ୟମ ବିଶେଷଜ୍ଞ ଫିଲିପ ଏନ୍‍. ହୱାର୍ଡ। ବାଲିଅଲ କଲେଜ ଓ ଅକ୍ସଫୋର୍ଡ ଇଣ୍ଟରନେଟ୍‍ ଇନ୍‍ଷ୍ଟିଚ୍ୟୁଟ୍‍ରେ ପ୍ରାଧ୍ୟାପକ ଥିବା ହୱାର୍ଡ ଆମେରିକା ସିନେଟ୍‍ ଗୁଇନ୍ଦା କମିଟି ସହିତ ସାମାଜିକ ଗଣମାଧ୍ୟମ ଉପରେ ବିଦେଶୀ ପ୍ରଭାବ ଶୀର୍ଷକ ଆଲୋଚନାବେଳେ କହିଛନ୍ତି ଯେ ରୁଷିଆ ଏବେ ଭାରତ ଓ ବ୍ରାଜିଲ ସାଧାରଣ ନିର୍ବାଚନ ଉପରେ ନଜର ପକାଇଛି। ଏହି ଦୁଇ ଦେଶର ଗଣମାଧ୍ୟମ ଯଦି ସତର୍କତା ଅବଲମ୍ବନ ନକରନ୍ତି; ତେବେ ଆମେରିକା ନିର୍ବାଚନ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ସିନେଟ୍‍ ସଦସ୍ୟ ସୁସାନ୍‍ କଲିନ୍ସଙ୍କ ନିକଟରେ ସେ ହଙ୍ଗେରୀ ଗଣମାଧ୍ୟମର କେତେକ ଦୃଷ୍ଟାନ୍ତ ରଖିଛନ୍ତି। ତେବେ ଏ ନେଇ ସେ ବିସ୍ତୃତ ଭାବେ କିଛି ବର୍ଣ୍ଣନା କରି ନାହାନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories