www.samajalive.in
Sunday, December 14, 2025
26.1 C
Bhubaneswar

ଆସାମ ପରିସ୍ଥିତି ନେଇ ମଣିପୁର ଓ ନାଗାଲାଣ୍ଡରେ ସତର୍କତା ଜାରି

ଇମ୍ଫାଲ : ଆସାମରେ ଜାତୀୟ ନାଗରିକ ପଞ୍ଜିକାକୁ ନେଇ କମ୍ପନ ସୃଷ୍ଟି ହୋଇଥିବାବେଳେ ମଣିପୁର ସରକାର ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ନିୟନ୍ତ୍ରଣ ପାଇଁ ଦୁଇଟି କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଲେଖା ନାଗରିକ ପଞ୍ଜିକା ପ୍ରକାଶନ ପରେ ରାଜ୍ୟକୁ କେତେ ପରିମାଣରେ ଅନୁପ୍ରବେଶ ଘଟିଛି ତାହା ତଦାରଖ କରିବା ଓ ଏହାକୁ ରୋକିବା ଦିଗରେ ଏହି କମିଟି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଏନ୍‍. ବୀରେନ୍‍ ସିହଂ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି କମିଟି ବେଆଇନ ଅନୁପ୍ରବେଶକୁ ନିୟନ୍ତ୍ରଣ ସହ ଅନୁପ୍ରବେଶକାରୀଙ୍କ ବାବଦରେ ଆବଶ୍ୟକ କାର୍ଯ୍ୟନାଷ୍ଠାନ ଗ୍ରହଣ ପାଇଁ ସୁପାରିସ କରିବ। ଏହାଛଡ଼ା ଏଜନିତ ସମସ୍ୟା ଉପରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ରାଜ୍ୟ ସରକାର ଆସାମ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେଥିପାଇଁ ବିମାନବନ୍ଦର ସମେତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକାଧିକ ଚେକ୍‍ ତନଖି ଫାଟକ ପ୍ରତିଷ୍ଠା କରାଯାଉଥିବା ସେ କହିଛନ୍ତି।
ସେହିପରି ନାଗାଲାଣ୍ଡ ସରକାର ମଧ୍ୟ ଏହି ପରିସ୍ଥିତର ମୁକାବିଲା ପାଇଁ ବିଦେଶଗତଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ୟାନ୍‍ଥନ୍‍ଗୋ ପାଟ୍ଟନ କହିଛନ୍ତି ଯେ ଆସାମ ସଂଲଗ୍ନ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟସମୂହ ସତର୍କତା ଅବଲମ୍ବନ କରିବା ଉଚିତ। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ରାଜ୍ୟଗୁଡ଼ିକୁ ଅନୁପ୍ରବେଶ ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ଏଭଳି ସତର୍କତା ଜରୁରୀ। ଅନ୍ୟ ରାଜ୍ୟରୁ ଯେମିତି କେହି ନାଗାଲାଣ୍ଡକୁ ପ୍ରବେଶ ନକରନ୍ତି ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପ୍ରଶାସନକୁ ତାଗିଦା କରାଯାଇଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories