www.samajalive.in
Tuesday, December 9, 2025
15.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ମା ଓ ଛୁଆ ଭାଲୁ ମୃତ

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଂଜ ଅନ୍ତର୍ଗତ ପୋଡାବଲଣ୍ଡା-ବଡ଼ମାଳ ରାସ୍ତାର ସୁରୁବାଲି ପୋଲଠାରୁ ମାତ୍ର ଅଳ୍ପଦୂରରେ ଅଜଣା ଗାଡ଼ି ଧକ୍କାରେ ମା ଓ ଛୁଆ ଭାଲୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଚାରମାଳ ରେଂଜ ଏରୁଣ୍ଡିବାହାଳ ଖସଡ଼ା ଜଙ୍ଗଲରୁ ଏକ ମାଈ ଭାଲୁ ଓ ଛୁଆ ଭାଲୁ ଗୁରୁବାର ରାତ୍ରିରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ଉଭୟେ ମା’ ଓ ଛୁଆ ଭାଲୁର ମୃତ୍ୟୁ ହୋଇଯାଇଥିଲା।

 

- Advertisement -

ଶୁକ୍ରବାର ସକାଳୁ ଏହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ବନବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଚାରମାଳ ରେଂଜ ଅଧିକାରୀ ଦର୍ଶନୀଆ ଭୋଇ ବନ କର୍ମଚାରୀ ସହିତ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା ଓ ଛୁଆ ଭାଲୁର ଶବ ଉଦ୍ଧାର କରିଥିଲେ। ପ୍ରାଣୀଧନ ଚିକିତ୍ସକ ଡା. ପ୍ରଦୀପ ସାହୁଙ୍କ ଦ୍ୱାରା ବ୍ୟବଚ୍ଛେଦ କରି ଚାରମାଳ ବନବିଭାଗ ଉଦ୍ୟାନରେ ପୋତି ଦିଆଯାଇଥିବା ନେଇ ବନବିଭାଗ ସୂଚନା ଦେଇଛି। ତେବେ ମାଈ ଭାଲୁର ଆନୁମାନିକ ବୟସ ୨୫ ହୋଇଥିବା ବେଳେ ଛୁଆ ଭାଲୁର ବୟସ ପ୍ରାୟ ୫ ବର୍ଷ ହୋଇଥିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories