www.samajalive.in
Sunday, December 7, 2025
23.1 C
Bhubaneswar

ଆମେରିକାର ଭାରତ ବିରୋଧୀ ପଦକ୍ଷେପ; ଅର୍ଥ ହେରଫେର କରୁଥିବା ୧୦ ଦେଶର ‘ତଦାରଖ ତାଲିକା’ରେ ସ୍ଥାନିତ କଲା

ନୂଆଦିଲ୍ଲୀ: ଆମେରିକା ପୁଣି ଥରେ ଭାରତ ବିରୋଧୀ ପଦକ୍ଷେପ ନେଇଛି। ଭାରତ ପ୍ରତି ଟ୍ରମ୍ପ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚୀନ, ତାଇୱାନ ଦେଶ ସହିତ ଭାରତକୁ କରେନ୍ସି ମ୍ୟାନିପୁଲେଟର୍ସ ଅର୍ଥାତ୍‌ ମୁଦ୍ରା ହେରଫେର କରୁଥିବା ଦେଶଗୁଡ଼ିକର ‘ତଦାରଖ ତାଲିକା’ରେ ସାମିଲ କରିଛି। ଭାରତ ସହିତ ଯେଉଁ ୧୦ଟି ଦେଶକୁ ଏହି ତାଲିକାରେ ରଖାଯାଇଛି, ସେସବୁ ଦେଶ ଆମେରିକାର ବଡ଼ ବାଣିଜ୍ୟିକ ଭାଗିଦାରୀ ଭାବେ ଜଣାଶୁଣା। ଆମେରିକାର ଏହି ପଦକ୍ଷେପ ଭାରତକୁ ଆଶ୍ଚର୍ଯ୍ୟ କରିଛି।

ଏହି ତଦାରଖ ତାଲିକାରେ ଭାରତ, ଚୀନ, ତାଇୱାନ ବ୍ୟତୀତ ଜାପାନ, ଦକ୍ଷିଣ କୋରିଆ, ଜର୍ମାନୀ, ଇଟାଲୀ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ମାଲେସିଆ ଆଦି ଦେଶ ସାମିଲ ରହିଛି। ଆମେରିକା ପୂର୍ବରୁ ଭିଏତନାମ ଏବଂ ସ୍ବିଜରଲାଣ୍ଡକୁ ଏହି ତାଲିକାରେ ରଖିଛି। ଆମେରିକାର ଅର୍ଥ ମନ୍ତ୍ରଣାଳୟ ଗତ ବୁଧବାର କଂଗ୍ରେସରେ ଉପସ୍ଥାପିତ କରିଥିବା ଏକ ରିପୋର୍ଟରେ ଏହି ସୂଚନା ଦେଇଛି।

- Advertisement -

ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ ଜୁନ ପର୍ଯ୍ୟନ୍ତ ୪ଟି ତ୍ରୈମାସରେ ଆମେରିକାର ୪ ପ୍ରମୁଖ ବାଣିଜ୍ୟିକ ଭାଗିଦାରୀ ଦେଶ ଭାରତ, ଭିଏତନାମ, ସ୍ବିଜରଲାଣ୍ଡ ଏବଂ ସିଙ୍ଗାପୁର କ୍ରମାଗତ ଭାବେ ସେମାନଙ୍କ ବୈଦେଶିକ ମୁଦ୍ରା ବଜାରରେ ହସ୍ତକ୍ଷେପ କରିଛନ୍ତି। ଭିଏତନାମ ଏବଂ ସ୍ବିଜରଲାଣ୍ଡ ସମ୍ଭବତଃ ଅତ୍ୟଧିକ ବାହ୍ୟ ଅସନ୍ତୁଳନ ସୃଷ୍ଟି କରିଛନ୍ତି, ଯାହା ଆମେରିକାର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇଛି କିମ୍ବା ଆମେରିକୀୟ ଶ୍ରମିକ ଏବଂ କମ୍ପାନୀକୁ କ୍ଷତି ପହଞ୍ଚାଇଛି।

ଆମେରିକା ଅର୍ଥମନ୍ତ୍ରୀ ଷ୍ଟିଭେନ ଟି ମୁଚିନ କହିଛନ୍ତି, ଆମେରିକାର ଶ୍ରମିକ ତଥା ବ୍ୟବସାୟୀଙ୍କ ଆର୍ଥିକ ଅଭିବୃଦ୍ଧି ସୁଯୋଗକୁ ସୁରକ୍ଷା ଦେବା ପାଇଁ ଅର୍ଥ ମନ୍ତ୍ରଣାଳୟ ଆଜି ଏକ ଦୃଢ଼ ପଦକ୍ଷେପ ନେଇଛି। ଏହି ୧୦ ଦେଶ ଉପରେ ସ୍ବତନ୍ତ୍ର ଭାବେ ନଜର ରଖିବା ଜରୁରୀ ଥିବାବେଳେ ଏଥିରେ ଭାରତ, ତାଇୱାନ ଏବଂ ଥାଇଲାଣ୍ଡକୁ ସମ୍ପୃକ୍ତ କରାଯାଉଛି।

ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ୨୦୧୯ର ଦ୍ୱିତୀୟାର୍ଦ୍ଧରେ ଭାରତ ଦ୍ୱାରା ବିଦେଶୀ ମୁଦ୍ରା କ୍ରୟରେ ବୃଦ୍ଧି ଘଟିଛି। ସେହିଭଳି ୨୦୨୦ର ପ୍ରଥମାର୍ଦ୍ଧରେ ଭାରତ ବିଦେଶୀ ମୁଦ୍ରା କ୍ରୟ ବଜାୟ ରଖିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories