www.samajalive.in
Sunday, December 7, 2025
13.1 C
Bhubaneswar

 ପ୍ରମୋଦିନି ହତ୍ୟା ଘଟଣାକୁ ୭ ମାସ: ଜନସ୍ବାର୍ଥ ମାମଲା ଓ ଧାରଣା ପରେ ତତ୍ପରତା, ଡିଆଇଜି ଓ ଏସପିଙ୍କ ସରଜମିନ ତଦନ୍ତ

ବ୍ରହ୍ମପୁର/ଦିଗପହଣ୍ଡି: ନାବାଳିକା ପରୀ ହତ୍ୟା ଘଟଣାକୁ ନେଇ ସମଗ୍ର ରାଜ୍ୟ  ରାଜନୀତି ସରଗରମ।  ସିବିଆଇ ତଦନ୍ତ ଦାବି ସାଙ୍ଗକୁ ପରୀ ପରିବାରକୁ ତ୍ବରିତ ନ୍ୟାୟ ଦେବାକୁ ଆନ୍ଦୋଳନ ଜୋରଦାର ହୋଇଛି। ଏଭଳି ସ୍ଥିତିରେ ୭ମାସ ତଳେ ହତ୍ୟାର ଶିକାର ହୋଇଥିବା ଗଞ୍ଜାମ ଜିଲାର ଦଳିତ କନ୍ୟା ପ୍ରମୋଦିନି  ଘଟଣାରେ ଅଚାନକ ଚେଇଁ ଉଠିଛି ପୁଲିସ ପ୍ରଶାସନ ।  ଆଜି ପ୍ରମୋଦିନୀ ହତ୍ୟା ଘଟଣାର ସରଜମିନ ତଦନ୍ତ କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର । ଉଭୟ ଅଧିକାରୀ ଓ ସ୍ଥାନୀୟ ପୁଲିସ କର୍ମଚାରୀ ବୁଧବାର ଦେଓଖାଳି ଗ୍ରାମକୁ ଯାଇ ପ୍ରମୋଦିନିଙ୍କୁ ହତ୍ୟା କରାଯାଇଥିବା ଅଞ୍ଚଳ ବୁଲିବା ସହ ମା’ ରମା ନାୟକଙ୍କୁ ପଚରାଉଚରା କରି ଫେରିଛନ୍ତି । ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ତଦନ୍ତ ପରେ ଏହି ରହସ୍ୟମୟ ହତ୍ୟା ଘଟଣାର ଖୁବଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି ।

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ତଥା କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଓଖାଳି ଗ୍ରାମର ଦଳିତ ମହିଳା ରମା ନାୟକଙ୍କ ୨୨ ବର୍ଷୀୟ ଶିକ୍ଷିତ ଝିଅ ପ୍ରମୋଦିନୀଙ୍କୁ ମେ ୧୦ ତାରିଖରେ ନଦୀପଠାରେ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ ।  ପ୍ରମୋଦିନୀ ନିଜ ମା’ଙ୍କ ସହ ବିଲକୁ କାମ କରିବାକୁ ଯାଇଥିଲେ।  ଲୁଗାପଟା ସଫା କରିବାକୁ ବିଲରୁ ନିକଟସ୍ଥ ନଦୀ ପଠାକୁ ଯାଇଥିଲେ । ହେଲେ କିଛି ସମୟ ପରେ ତାଙ୍କ ମୃତଦେହ ପାଣିରେ ଭାସମାନ ଅବସ୍ଥାରେ ମିଳିଥିଲା । ଗାଁ ଲୋକଙ୍କ ସହାୟତାରେ ରମା ନିଜ ଝିଅର ଶବକୁ ଘର ପର୍ଯ୍ୟନ୍ତ ଆଣି ପୁଲିସକୁ ଖବର ଦେଇଥିଲେ । ଖବରପାଇ କେ. ନୂଆଗାଁ ଥାନାଅଧିକାରୀ ଓ ଚିକିଟି ଏସଡିପିଓ ଘଟଣାର ଅନୁସନ୍ଧାନ କରିଥିଲେ ।

- Advertisement -

ପ୍ରମୋଦିନିଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିଲେ ମଧ୍ୟ ପୁଲିସ ପ୍ରଥମେ ଏହାକୁ ଏକ ଅପମୃତ୍ୟୁ ମାମଲାର ରୂପ ଦେଇଥିଲା । ଘଟଣା ଘଟିବାର ୨୩ଦିନ ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବାରୁ ଏହା ହତ୍ୟା ମାମଲାକୁ ରୁପାନ୍ତରିତ ହୋଇଥିଲା । ହେଲେ ଘଟଣାପଛରେ ଥିବା ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ ହୋଇଥିଲା ।  ଏପଟେ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରମୋଦିନିଙ୍କ ପରିବାର ଲୋକେ ବାରମ୍ବାର କେ. ନୂଆଗାଁ ଥାନାକୁ ଯାଇ ନିରାଶ ହୋଇଥିଲେ । ପରେ  ଆଇନଜୀବୀ ଶ୍ରୀକାନ୍ତ ପାଢୀଙ୍କ ସହଯୋଗରେ ପରିବାର ଲୋକେ ବାରମ୍ବାର ବ୍ରହ୍ମପୁର ଏସପି ଓ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଦୌଡିଥିଲେ । ଏହା ମଧ୍ୟରେ ୭ ମାସ ବିତି ଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଟେର ପାଇପାରିନି ପୁଲିସ । ଏପରିକି ପ୍ରମୋଦିନି ହତ୍ୟା ଘଟଣାକୁ ନେଇ ବ୍ରହ୍ମପୁରର ସାମାଜିକ ଅନୁଷ୍ଠାନ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ସେହିପରି ୨ ଦିନ ତଳେ ବିଜେପି ପକ୍ଷରୁ ଦିଗପହଣ୍ଡିରେ ଧାରଣା ମଧ୍ୟ ଦିଆଯାଇଥିଲା । ବାରମ୍ବାର ଅଭିଯୋଗ, ଧାରଣା ଓ ଜନସ୍ବାର୍ଥ ମାମଲା ରୁଜୁ ପରେ ଆଜି ଡିଆଇଜି ଓ ଏସପି ଘଟଣାସ୍ଥଳକୁ ଯାଇ ନିଜେ ତଦନ୍ତ କରିଥିଲେ । ର

ମାଙ୍କଠାରୁ ଘଟଣାଦିନର ସମସ୍ତ ବିଷୟ ପଚାରି ବୁଝିବା ସହ ଅଭିଯୁକ୍ତଙ୍କୁ ଧରିବା ଦିଗରେ ଯଥାସମ୍ଭବ ଚେଷ୍ଟା କରିବାକୁ ମାମଲା ପରିଚାଳନା କରୁଥିବା ତଦନ୍ତ ଅଧିକାରୀଙ୍କୁ ଡିଆଇଜି ନିର୍ଦେଶ ଦେଇଥିଲେ । ଏହାପରେ ଏହି ମାମଲାରେ କେ. ନୂଆଗାଁ ପୁଲିସକୁ ସଫଳତା ମିଳିବ ବୋଲି ଆଶା କରାଯାଉଛି । ନୟାଗଡର ପରୀ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ବିରୋଧ ଓ ଅସନ୍ତୋଷ ଲାଗି ରହିଛି । ପରୀର ବାପା ମା’ ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରିବା ଯୋଗୁ ସେହି ଘଟଣାର ତଦନ୍ତ ପାଇଁ ଜଣେ ଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି । ହେଲେ ପ୍ରମୋଦିନିଙ୍କ ପରିବାର ସେଭଳି କୌଣସି ପଦକ୍ଷେପ ନନେଇ କେବଳ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟଙ୍କୁ ଦୌଡୁଥିବାରୁ ୭ ମାସ ହେବ ତାଙ୍କ ଝିଅର ହତ୍ୟାକାରୀମାନେ ଧରାପଡ଼ିନାହାନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories