www.samajalive.in
Sunday, December 7, 2025
16.1 C
Bhubaneswar

ଜି. ଉଦୟଗିରିରେ ବାଇକ୍‌ ରାଲି କରି କୃଷି ଆଇନ ପ୍ରତ୍ୟାହାର ନାରା ଦେଲା କଂଗ୍ରେସ

ଜି.ଉଦୟଗିରି: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସମଗ୍ର ଜି.ଉଦୟଗିରି ବ୍ଲକରେ ପଡିଥିବା ଦେଖିବାକୁ ମିଳିଛି। ତେବେ ବନ୍ଦ ଶାନ୍ତିପୂର୍ଣ୍ଣ ଥିବାବେଳେ ଏହା ଯୋଗୁ ଯାନବାହନ ଚଳାଚଳ, ଦୋକାନ ବଜାର, ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆନ୍ଦୋଳନକୁ ସମର୍ଥନ ଜଣାଇ କୃଷକ ସଂଗଠନ ସମେତ କଂଗ୍ରେସ ପକ୍ଷରୁ ସହରର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରିବା ସହ ସହର ସାରା ବାଇକ ରାଲି କରାଯାଇଛି।

- Advertisement -

ଜି.ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ଫିରୋଜ ଦିଗାଳ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବା ସହ କଡା ଭାଷାରେ ନିନ୍ଦା କରି ତାହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା କୃଷକମାନଙ୍କ ପାଇଁ ଅଣାଯାଇଥିବା ତିନୋଟି କଳା ଆଇନକୁ ବିରୋଧ କରି ଆଜି ଜି.ଉଦୟଗିରି କଂଗ୍ରେସ ପକ୍ଷରୁ କୃଷକ ସଂଗଠନକୁ ସମର୍ଥନ ଜଣାଇ ବନ୍ଦ ଡାକରା ଦିଆଯାଇଛି ବୋଲି କର୍ମୀମାନେ କହିଛନ୍ତି। ବ୍ଲକ କଂଗ୍ରେସ ସଭାପତି ଫିରୋଜ ଦିଗାଳ, ନଗର କଂଗ୍ରେସ ସଭାପତି ଏନ.ରାଜୁ ରାଓ, ଯାକେଶ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ କର୍ମୀ ବନ୍ଦ ପାଳନରେ ସାମିଲ ହୋଇଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ସହରର ସବୁ ଛକରେ ବ୍ୟାପକ ପୁଲିସ ମୁତୟନ ସହ କଡ଼ା ପାଟ୍ରୋଲିଂ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories