ବିଏସଏଫ ପକ୍ଷରୁ ସୀମାନ୍ତରେ ବୃକ୍ଷ ରୋପଣ: ଗଛ ଲଗାଇଲେ ସାଂସଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବୌଦ୍ଧ ଓ ସୀମାନ୍ତ ଖମନଖୋଲ ଗ୍ରାମ ଠାରେ ବିଏସଏଫର ୧୩୫ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ କ୍ୟାମ୍ପ ପରିସରରେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର, ଖେଳ ପଡ଼ିଆ, ଟାୱାର ପାର୍ଶ୍ଵରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଏସଏଫ ଯବାନଙ୍କ ସମେତ ବିଜେପି ନେତୃବୃନ୍ଦଙ୍କ ସହ ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.