ଦାଦନ ଶ୍ରମିକଙ୍କ ମୃତଦେହ ଫେରାଇ ଆଣିବାକୁ ଶ୍ରମ ଅଧିକାରୀଙ୍କୁ ନିବେଦନ
ଜି ଉଦୟଗିରି : କନ୍ଧମାଳ ଜିଲ୍ଲାରୁ କମୁନି ଦାଦନ ଦୁଃଖ। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ କିରାମାହା ଗାଁର ରୋହିତ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର ୫ଦିନ ତଳେ ଦାଦନ ଖଟିବାକୁ ଯାଉଥିବା ରୋହିତ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେପଟେ ରୋହିତଙ୍କ ମୃତଦେହ ଫେରାଇ ଆଣିବାକୁ ଜିଲାପାଳ ଙ୍କ ଦ୍ଵାରା ଶ୍ରମ ଅଧିକାରୀଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ। ମୃତ ରୋହିତ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ତାଙ୍କର ଦୁଇ ପୁଅ , ଏବଂ ଏକ ଦେଢ ବର୍ଷର ଏକ ଶିଶୁ କନ୍ୟା ଥିବା ଜଣାପଡିଛି।
Comments are closed.