www.samajalive.in
Saturday, December 6, 2025
26.1 C
Bhubaneswar

ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ; ସୁନାରେ ହୁଏ ତିଆରି, ଦାମ୍ ଲକ୍ଷ ଲକ୍ଷ ଟଙ୍କା..

ସୁନାର ଦାମ୍ ଦିନକୁ ଦିନ ବଢି ଚାଲିଛି। ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମାତ୍ର ଆପଣ କେବେ ସୁନାର ସ୍ୱାଦ ଚାଖିଛନ୍ତି କି? ଦୁନିଆରେ ଏପରି କିଛି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯେଉଁଥିରେ ଖାଇବା ପାଇଁ ଉପଯୋଗୀ ଥିବା ସୁନା ବ୍ୟବହାର କରାଯାଏ। ମାତ୍ର ଏହା ଖୁବ୍ ମହଙ୍ଗା। ତେବେ ଜାଣନ୍ତୁ ଦୁନିଆର ଏଭଳି ୫ଟି ସୁସ୍ୱାଦୁ ଭୋଜନ ବିଷୟରେ ଯାହା ଖୁବ୍ ମହଙ୍ଗା। ଏଥିରେ ସୁନା ବ୍ୟବହାର କରାଯାଏ।

ଥାଇଲାଣ୍ଡ ଏକ ରେସ୍ତୋରାଁରେ ମିଳୁଥିବା ଏହି ଫ୍ରାଏ ରାଇସ୍ ଏକ ରାଜକୀୟ ଭୋଜନ ଭଳି। ଏଥିରେ ମାଛ, କଙ୍କଡା, ଛତୁ ସହ ଖାଦ୍ୟରେ ଉପଯୋଗୀ ସୁନାକୁ ବ୍ୟବହାର କରାଯାଏ। ଏହାର ଦାମ୍ ପ୍ରାୟ ୫୦ ହଜାର ଟଙ୍କା।

- Advertisement -

ଜାପାନରେ ଏକ ରେସ୍ତୋରାଁରେ ମିଳୁଥିବା ସୁଶୀ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ସ୍ୱାଦିଷ୍ଟ ହେବା ସହ ଖୁବ୍ ସୁନ୍ଦର ଦେଖାଯାଏ ମଧ୍ୟ। ଏଥିରେ ସତେଜ ସି ଫୁଡ୍ ସହ ସୁନାରେ ତିଆରି ଏକ ପ୍ରକାର ଫୁଲ ପରଷା ଯାଇଥାଏ। ଏହାର ଦାମ୍ ପ୍ରାୟ ୭୦ ହଜାର ଟଙ୍କା।

ଭିଏତନାମାର ରେସ୍ତାରାଁରେ ମିଳୁଥିବା ଏକ କଫି, ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରିଥାଏ। ଏଥିରେ ସବୁଠାରୁ ମହଙ୍ଗା କଫି କେଓପି ଲୁୱାକ୍ ବ୍ୟବହାର କରାଯାଏ। ଏହି କଫିରେ ସୁନାର ପରସ୍ତ ଦିଆଯାଏ। ଏହାର ଏକ କପ କଫିର ଦାମ୍ ୧ ଲକ୍ଷ ଟଙ୍କା।

ଇଟଲୀର ଏକ ରେସ୍ତାରାଁରେ ମିଳୁଥିବା ଏହି ପିଜ୍ଜା ସବୁଠାରୁ ମହଙ୍ଗା। ଏଥିରେ ୨୪ କ୍ୟାରେଟ୍ ସୁନାର ପରସ୍ତ ମଧ୍ୟ ଦିଆଯାଏ। ଏହାର ମୂଲ୍ୟ ପ୍ରାୟ ୨.୫ ଲକ୍ଷ ଟଙ୍କା।

ଦାନ୍ତ ଉପରେ ବି ପଡେ ଗ୍ରହଙ୍କ ପ୍ରଭାବ; ଜାଣନ୍ତୁ ରାଶି ଅନୁଯାୟୀ ବ୍ରଶର ରଙ୍ଗ..

ନ୍ୟୁୟର୍କ ସହରରେ ଏକ ରେସ୍ତୋରାଁରେ ମିଳୁଥିବା ଆଇସକ୍ରିମ ଏକ ରାଜକୀୟ ଖାଦ୍ୟ। ଏଥିରେ ପ୍ରାୟ ୨୮ ପ୍ରକାରର ଜିନିଷ ସହ ୨୩ କ୍ୟାରେଟ୍ ସୁନା ବ୍ୟବହାର ହୋଇଥାଏ। ଏହାର ମୂଲ୍ୟ ପ୍ରାୟ ୨୦.୭୫ ଲକ୍ଷ ଟଙ୍କା।

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories