www.samajalive.in
Wednesday, November 19, 2025
29.1 C
Bhubaneswar

ଆମ୍ବପଡ଼ା ଛକରେ ନଳକୂପ ଓ ବିଶ୍ରାମ ଘର ନିର୍ମାଣ ପାଇଁ ଦାବି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ପଂଚାୟତ ଅନ୍ତର୍ଗତ ଆମ୍ବପଡ଼ା ଛକରେ ଏକ ବିଶ୍ରାମଗାର ନିର୍ମାଣ ସାଙ୍ଗକୁ ଏକ ନଳକୂପ ଖନନ ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି । ଆମ୍ବପଡ଼ା ଛକ ବା ବିଶିପଡ଼ା ଛକ ଏକ ତିନିଛକ ହୋଇଥିବା ବେଳେ ଅଞ୍ଚଳରୁ ଫୁଲବାଣୀ, ବାଲିଗୁଡା ଓ ବ୍ରହ୍ମପୁର ଯିବାପାଇଁ ଯାତ୍ରୀମାନେ ଏହି ଛକରେ ହିଁ ଅପେକ୍ଷା କରିଥାନ୍ତି । ଛକରେ ବିଶ୍ରାମଗାର ନଥିବାରୁ ଯାତ୍ରୀମାନେ ଖରା ଓ ବର୍ଷା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଏହି ଛକରେ ଏକ ନଳକୂପ ଖନନ ହୋଇଥିଲା ହେଲେ ବର୍ତମାନ ସେହି ନଳକୂପ ଭଗ୍ନ ଅବସ୍ଥାରେ ପଡି ରହିଥିବାରୁ ଲୋକେ ତା ଉପରେ ଅଳିଆ ଆବର୍ଜନା ଫିଙ୍ଗୁଥିବା ଦେଖିବାକୁ ମିଲୁଛି । ଉକ୍ତ ଛକରେ ପାଖାପାଖି ୧୫ଟି ଦୋକାନ ଘର ମଧ୍ୟ ରହିଛି । ସ୍ଥାନୀୟ ଲୋକ, ଯାତ୍ରୀ ତଥା ଦୋକାନୀ ମାନେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଦିନ ତଳେ ବସା ଯାଇଥିବାରୁ ଏହି ନଳକୂପ ଆଉ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ନଳକୂପର ମରାମତି ସହିତ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ହେଲେ ଏସବୁ ସୁବିଧା ଥାଇକି ମଧ୍ୟ ଯାତ୍ରୀମାନେ ଉଭୟ ପାନୀୟ ଜଳ ଓ ବିଶ୍ରାମ ଗୃହ ନଥିବା ଯୋଗୁଁ ଅନେକ ଅସୁବିଧା ଭୋଗୁଛନ୍ତି ।
ଏନେଇ ଫୁଲବାଣୀ ବିଡିଓ ପ୍ରତୀକ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ଦିଗରେ ଅନୁଧ୍ୟାନ କରି ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ । ତେଣୁ ପ୍ରଶାସନ ଉକ୍ତ ସମସ୍ୟାଟିକୁ ଗୁରୁତ୍ୱପୂର୍ଣ୍ଣ ଭାବି ଯଥାଶୀଘ୍ର ନଳକୂପ ଓ ବିଶ୍ରାମ ଘରର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ...

Related Articles

Popular Categories