www.samajalive.in
Saturday, December 6, 2025
26.1 C
Bhubaneswar

ବାଲେଶ୍ୱର ପୌରାଞ୍ଚଳରେ କୋହଳ ହେଲା କଟକଣା: ଆଜିଠୁ ରାତିରେ ରହିବ କର୍ଫ୍ୟୁ

ବାଲେଶ୍ଵର: ବାଲେଶ୍ଵର ସହରରେ ସ୍ଥିତି ଏବେ ସ୍ଵାଭାବିକ ହେଉଛି। ସହରର ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ ପ୍ରଶାସନ କର୍ଫ୍ୟୁ କୋହଳ ସମୟ ୧୬ ଘଣ୍ଟାକୁ ବୃଦ୍ଧି କରିଛି। ପୂର୍ବରୁ କେବଳ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ଆଜିଠାରୁ ଟାଉନ ଥାନା ଅଞ୍ଚଳରେ ବି ଏହି ନିୟମ ଲାଗୁ କରାଯିବ। ଅର୍ଥାତ୍ କେବଳ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତଙ୍କ ସହଯୋଗରୁ ସହରର ସ୍ଥିତି ଏବେ ସମ୍ପୂର୍ଣ୍ଣ ସ୍ଵାଭାବିକ ହୋଇପାରିଛି ବୋଲି କହିଛନ୍ତି ଜିଲ୍ଲାପାଳ ଏବଂ ଏସ୍‌ପି। ତେବେ ଶାନ୍ତି କମିଟି ବୈଠକ ଆୟୋଜନ ପୂର୍ବରୁ ସହରର ପ୍ରତ୍ୟେକ ଓ୍ବାର୍ଡ​‌ରେ ଶାନ୍ତି କମିଟି ଗଠନ ପାଇଁ ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଗୋଷ୍ଠୀ କନ୍ଦଳକୁ ନେଇ ଆଜି ସୁଦ୍ଧା ୨୪ଟି ମାମଲା ରୁଜ୍ଜୁ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହେବା ଭୟରେ ଫେରାର ଥିବା ବ୍ୟକ୍ତି ଶୀଘ୍ର ଫେରି ଆସିବାକୁ ଏସପି ପରାମର୍ଶ ଦେଇଛନ୍ତି। ଭିଡିଓ ଏବଂ ସିସିଟିଭି ଫୁଟେଜ ଯାଞ୍ଚ ପରେ ନି‌େର୍ଦ୍ଦାଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସେହିଭଳି ଯେଉଁମାନେ ଗୋଷ୍ଠୀ କନ୍ଦଳରେ ସକ୍ରିୟ ଥିଲେ, ସେମାନେ ମଧ୍ୟ ପୁଲିସ ପାଖରେ ହାଜର ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବା ଉଚିତ ବୋଲି ଏସପି କହିଛନ୍ତି। ଆଗକୁ ଯେମିତି ଏଭଳି ସ୍ଥିତି ନ ଉପୁଜେ, ସେଥିପାଇଁ ୱାର୍ଡ଼ସ୍ତରୀୟ ଅଣୁ ଶାନ୍ତି କମିଟି ଗଠନ କରାଯିବ। ତେବେ କର୍ଫ୍ୟୁ କାଳରେ ସମସ୍ୟାରେ ପଡ଼ି କୌଣସି ବ୍ୟକ୍ତି ସହଯୋଗ ପାଇଁ ୭୮୫୫୮୭୭୯୧୧ ନମ୍ବରରେ ଯୋଗାଯୋଗ ନିମନ୍ତେ ପ୍ରଶାସନ ପକ୍ଷରୁ କୁହାଯାଇଛି। ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟିକାରୀଙ୍କ ଉପରେ ସମସ୍ତେ ନଜର ରଖିବାକୁ ଏସପି ସମସ୍ତଙ୍କୁ ନିବେଦନ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories