www.samajalive.in
Saturday, December 6, 2025
15.1 C
Bhubaneswar

ଦଳ ଛାଡିଲେ ବିଜେଡିର କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ

ଫୁଲବାଣୀ: ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କନ୍ଧମାଳରେ ବିଜେଡିକୁ ଝଟକା ଲାଗିଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ପ୍ରମୁଖ ମହିଳା ନେତ୍ରୀ ଅନିମା କହଁର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳ ସଭାପତି ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦଳର ପ୍ରାଥମିକ ସଦସ୍ୟ ତଥା ମହିଳା ସଭାନେତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଦୀର୍ଘ ଦିନ ଧରି ଦଳର ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରୁଥିବା ବେଳେ ନିର୍ବାଚନ ସମୟରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଅନିମା ଦୀର୍ଘ ବର୍ଷ ଧରି ଜିଲ୍ଲା ମହିଳା ବିଜେଡିର ମୁଖିଆ ଭାବେ କାର୍ଯ୍ୟ ତୁଲାଉଥିଲେ। ସେ ବର୍ତ୍ତମାନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ବି ଅଛନ୍ତି। ଚଳିତ ନିର୍ବାଚନରେ ସେ ଫୁଲବାଣୀ ବିଧାନସଭା ଆସନ ପାଇଁ ଟିକଟ ଆଶାୟୀ ଥିଲେ, କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଥିଲା। ଏପଟେ ଅନିମାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଆନିମାଙ୍କ ଇସ୍ତଫା ଦଳର ବିଜୟ ସମ୍ଭାବନା ଉପରେ ପ୍ରଭାବ ପକାଇ ପାରେ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories