www.samajalive.in
Wednesday, November 19, 2025
29.1 C
Bhubaneswar

ଫୁଲବାଣୀରେ ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆରମ୍ଭ

ଫୁଲବାଣୀ: ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା। ଶୁକ୍ରବାର ସକାଳେ ପାର୍ଶ୍ବଦେବୀ ମା ବରାଳଦେବୀ, ମା’ ବ୍ୟାଘ୍ରଦେବୀ, ମା’ ବ୍ରାହ୍ମଣଦେବୀ ଓ ଗ୍ରାମ୍ୟଦେବୀଙ୍କୁ ପଟୁଆରେ ହାଟପଦାସ୍ଥିତ ଅସ୍ଥାୟୀ ମନ୍ଦିରକୁ ଅଣାଯାଇଥିଲା। ସନ୍ଧ୍ୟାରେ ଏକ ବିରାଟ ପଟୁଆର ସହିତ ବାଣ, ବାଜା ବଜାଇ ହଜାର ହଜାର ଭକ୍ତ ଓ ଦର୍ଶକ ସାମିଲ୍‌‌ ହୋଇ ମା’ ନାରାୟଣୀଙ୍କୁ ବରଣ ପାଇଁ ଯାଇଥିଲେ। ପଟୁଆରରେ ଦୁଲିକିଥିଲା ସମଗ୍ର ଫୁଲବାଣୀ। ପଟୁଆରକୁ ଉପଭୋଗ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ପଟୁଆର ବଜାରସ୍ଥିତ ଦେଶୀ ବେହେରାଙ୍କ ଘରେ ପହଞ୍ଚିବା ପରେ ସେଠାରେ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ଭକ୍ତ ଓ ଦର୍ଶକମାନେ ମା’ ନାରାୟଣୀ ମନ୍ଦିରକୁ ପଟୁଆରରେ ଗସ୍ତ କରିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରେ ମା’ କାଳୀଙ୍କ ସହିତ ମା’ ନାରାୟଣୀ ପଟୁଆରେ ପୁଣିଥରେ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା।

ପ୍ରତ୍ୟେକ ଦିନ ପଞ୍ଚାଦେବୀ ବିଭିନ୍ନ ସାହି ପରିଭ୍ରମଣ କରିବା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରକାଶ ଯେ, ପ୍ରତି ଦୁଇ ବର୍ଷ ଅନ୍ତରରେ ଫୁଲବାଣୀ ପ୍ରସିଦ୍ଧ ନାରାୟଣୀ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବର୍ତ୍ତମାନ ତାହା ୨୬ତମ ଯାତ୍ରା ଭାବେ ପାଳନ ହେଉଛି। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ମା’ ନାରାୟଣୀ ଠାକୁରାଣୀଙ୍କ ଷଷ୍ଠ ବିଂଶତମ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ପାଇଁ ପେଞ୍ଜିସାହି ନବୀନ କହଁରଙ୍କ ବଗିଚାରେ ବୃକ୍ଷ ଛେଦନ ଉତ୍ସବ ସହିତ ଯାତ୍ରା ପଡ଼୍ରିଆରେ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା।

- Advertisement -

ଯାତ୍ରା ପରିଚାଳନା କମିଟି ସଭାପତି ପି. ସୁଧାଂଶୁ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି ବିଶେଷ, ବହୁ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସମେତ ସମସ୍ତ ଉପଦେଷ୍ଟା, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପସଭାପତି ସୁଜିତ୍‌‌ ବେହେରା, ସାଂସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ, ଅର୍ଥ ସଂପାଦକ କାବୁଲା ସେନାପତି ସମସ୍ତ ସହ ସମ୍ପାଦକ, ସମସ୍ତ କାର୍ଯ୍ୟକାରୀ ସଦସ୍ୟ ପ୍ରମୁଖ ସାମିଲ୍‌‌ ହୋଇଥିଲେ। ଜୁନ୍‌‌ ୧୧ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ନାରାୟଣୀ ଯାତ୍ରୀ ପାଳିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଯାତ୍ରାକୁ ପରିଚାଳନା କରିବା ପାଇଁ ବିଭିନ୍ନ ପ୍ରକାର ସବ୍‌‌ କମିଟି ମଧ୍ୟ ଗଠନ କରାଯାଇଛି। ବିଶେଷ କରି ଯାତ୍ରାର ଶେଷ ଦିନ ମାନଙ୍କରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍‌‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Hot this week

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

Related Articles

Popular Categories