www.samajalive.in
Sunday, December 7, 2025
26.1 C
Bhubaneswar

ଏସ୍‍ସିଓ ବୈଠକ ପରେ ବଦଳିଲା ସ୍ବର : ଭାରତ ସହ ମିଶି କାର୍ଯ୍ୟ କରିବାକୁ ଚୀନ୍‍ ସର୍ବଦା ପ୍ରସ୍ତୁତ

ବେଜିଂ :  ଚୀନ୍‍ ଭାରତ ସହ ମିଶି କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିବା ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟ କହିଛି। ଚୀନ୍‍ କହିଛି, ଗତମାସ ୩୦ ତାରିଖରେ ଅନୁଷ୍ଠିତ ସାଘାଇ ସହଯୋଗ ସଂଗଠନ(ଏସ୍‍ସିଓ) ରାଷ୍ଟ୍ର ମୁଖ୍ୟମାନଙ୍କ ବୈଠକ ଭାରତ ଆୟୋଜନ କରିଥିବାରୁ ସମସ୍ତ ସଦସ୍ୟ ରାଷ୍ଟ୍ର ତାହାର ପ୍ରଶଂସା କରିଛନ୍ତି।

ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍‍ କହିଛନ୍ତି, ଭାରତ ଦ୍ୱାରା ଆୟୋଜିତ ଏସ୍‍ସିଓ ରାଷ୍ଟ୍ରମୁଖ୍ୟମାନଙ୍କ ୧୯ତମ ବୈଠକ ଭାରତ ଯେଭଳି ପରିଚାଳନା କରିଥିଲା, ସଦସ୍ୟ ରାଷ୍ଟ୍ରମାନେ ତାହାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ସହ ମିଶି କାର୍ଯ୍ୟ କରିବାକୁ ଚୀନ୍‍ ସର୍ବଦା ପ୍ରସ୍ତୁତ ରହିଛି। ୨୦୧୭ରେ ଭାରତ ଏସ୍‍ସିଓର ସଦସ୍ୟ ହେବା ପରଠାରୁ ପ୍ରଥମ ଥରପାଇଁ ଏହାର ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛି।

- Advertisement -

ଏସ୍‍ସିଓ ରାଷ୍ଟ୍ରମୁଖ୍ୟମାନଙ୍କ ୧୯ତମ ବୈଠକ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ସଂସ୍କୃତି ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ବୈଠକ ଶେଷରେ ଏକ ମିଳିତ ବିବୃତ୍ତି ପ୍ରକାଶ ପାଇଥିଲା।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories