www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ମତଦାନ: ଆଜି ସନ୍ଧ୍ୟା ୫ରେ ସରିବ ପ୍ରଚାର

ଭୁବନେଶ୍ବର : ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ସାମଗ୍ରିକ ଭାବେ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ’ ୧୩ରେ ମତଦାନ ଅନୁଷ୍ଠିତ ହେବ। ରାଜ୍ୟରେ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଆଜି ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବ। ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୪୩ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ୭ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିବା ବେଳେ ଖରିଆର ୭, ଉମରକୋଟ ୪, ଝରିଗାଁ ୩, ନବରଙ୍ଗପୁର ୩, ଡାବୁଗାଁ ୩, ଲାଞ୍ଜିଗଡ ୮, ଜୁନାଗଡ ୬, ଧର୍ମଗଡ ୧୧, ଭବାନୀପାଟଣା ୧୧, ନର୍ଲା ୧୨, ଛତ୍ରପୁର ୧୦, ଗୋପାଳପୁର ୧୦, ବ୍ରହ୍ମପୁର ୧୭, ଦିଗପହଣ୍ଡି ୧୩, ଚିକିଟି ୮, ମୋହନା ୭, ପାରଳାଖେମୁଣ୍ଡି ୧୦, ଗୁଣୁପୁର ୧୨, ବିଷମକଟକ ୮, ରାୟଗଡା ୧୦, ଲକ୍ଷ୍ମୀପୁର ୧୧, କୋଟପାଡ ୬, ଜୟପୁର ୧୧, କୋରାପୁଟ ୧୨, ପଟ୍ଟାଙ୍ଗୀ ୮, ମାଲକାନଗିରି ୬ ଏବଂ ଚିତ୍ରକୋଣ୍ଡା ୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ମତଦାତା ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧, ୮୯, ୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ମୋଟ ୭୨୮୯ଟି ବୁଥ୍ ଓ ୧୪ଟି ଅତିରିକ୍ତ ବୁଥ୍ ରହିଛି। ପୁଲିଂ ଅଧିକାରୀ ମତଦାନ ଗ୍ରହଣ ପାଇଁ ଆବଶ୍ୟକ ସାମଗ୍ରୀ ଧରି ବୁଥକୁ ଯିବେ। ମେ’ ୧୩ ତାରିଖ ସକାଳ ୭ଟା’ରେ ଭୋଟ ଗ୍ରହଣ କରାଯିବ। ଆଇନଶୃଙ୍ଖଳା ଏବଂ ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିବା ଜଣାପଡିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories