www.samajalive.in
Tuesday, December 9, 2025
15.1 C
Bhubaneswar

ମାଝୀପଡା ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ କରୋନା କଟକଣାକୁ ନଜରରେ ରଖି ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଶିକ୍ଷକ ଭୀମସେନ ପଣ୍ଡା, କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି ଯୋଗ ଦେଇଥିଲେ। ସର୍ବ ପ୍ରଥମେ ଅତିଥି ମାନେ ଡା.ଭୀମରାଓ ଅମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।ତାପରେ ସମ୍ବିଧାନର ପ୍ରିଏମ୍ବଲ ପାଠ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ସ୍ୱ।ଧିନତା ପରେ ଦେଶର ଶାସନ ପାଇଁ କିପରି ସମ୍ବିଧାନ ତିଆରି କରାଯାଇଥିଲା ଓ ଅମ୍ବେଦକରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ପ୍ରକାଶ ଅନୁଯାୟୀ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହାରେ ଆଜିର ଦିନଟିକୁ ସମ୍ବିଧାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।ଏହାକୁ ପୂର୍ବରୁ ଜାତୀୟ ଆଇନ ଦିବସ ରୂପେ ମଧ୍ୟ ପାଳନ କରି ଆସୁଛନ୍ତି ।ସ୍ୱ।ଧିନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ତଥା ସମ୍ବିଧାନର ଜନକ ଡ.ଅମ୍ବେଦକରଙ୍କୁ ଆଜିର ଦିନଟିକୁ ସମର୍ପିତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସରକାରୀ ସ୍ତରରେ ଘୋଷଣା କରାଯାଇଛି।ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବିଧାନକୁ ସମସ୍ତ ନାଗରିକ ମାନି ଚଳିବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ହ୍ୱ।ଟସଆପଗୃପରେ ପ୍ରସାରଣ କରାଯାଇଥିଲା ଯାହାକି ଛାତ୍ରଛାତ୍ରୀ ମାନେ ଘରେ ରହି ଏହି ଦିବସର ମହତ୍ତ୍ୱ ବୁଝି ପାରିବେ ଓ ପାଳନ କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories