www.samajalive.in
Sunday, December 7, 2025
26.1 C
Bhubaneswar

ପୁରୀ ହାଜତ ମୃତ୍ୟୁ ମାମଲା : ରାଜ୍ୟ ସରକାରଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌, ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି ଜାତୀୟ ମାନବାଧିକାର କମିଶନ। ପୁରୀ ହାଜତ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍‌  କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୁଲିସ ଡିଜିଙ୍କୁ ମଧ୍ୟ ନୋଟିସ କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ଜାତୀୟ ମାନବାଧିକାର କମିଶନଙ୍କୁ ୪  ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବାଧିକାର କମିଶନ କହିଛନ୍ତି ହାଜତ ମୃତ୍ୟୁ କେବେବି ଗ୍ରହଣୀୟ ନୁହେଁ।  ଏଥି ସହିତ କେଉଁ କାରଣରୁ କେ. ରମେଶଙ୍କର ମୃତ୍ୟୁ ହେଲା ସେ ବିଷୟରେ ରାଜ୍ୟ ସରକାର ଜାତୀୟ ମାନବାଧିକାର କମିଶନଙ୍କୁ ସବିଶେଷ ରିପୋର୍ଟ ସହିତ ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ହୋଇଥିବା ଏତଲା କପି ଆରେଷ୍ଟ ମେମୋ ଓ ଇନ୍ସପେକ୍ସନ ମେମୋ କପି ସହିତ ଗିରଫ ନେଇ ପରିବାରକୁ ଜଣାଯାଇଥିଲା କି ନାହିଁ ସେ ବିଷୟରେ ବି ଜଣାଇବା ସହ ମୃତକଙ୍କ ମେଡିକାଲ ଲିଗାଲ ସାର୍ଟିଫିକେଟ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

- Advertisement -

ଏହା ବାଦ୍‌ ମୃତ୍ୟୁ ବରଣ କରିଥିବା କେ. ରମେଶଙ୍କ‌ ପଞ୍ଚନାମା, ପୋଷ୍ଟମର୍ଟମ ଓ ଏହାର ଭିଡିଓ କ୍ୟାସେଟ, ଭିସେରା, ମୃତ୍ୟୁ କାରଣ ନେଇ ଫୋରେନ୍ସିକ୍ ରିପୋର୍ଟ ଓ ମାଜିଷ୍ଟେରିଆଲ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ

ସୂଚନାଯୋଗ୍ୟ ଆଜି ପୁରୀ ହାଜତ ମୃତ୍ୟୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସଂସଦୀୟ କ୍ଷେତ୍ର ପାଇଁ ଗତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଥିବା ସମ୍ବିତ ପାତ୍ର। ଜାତୀୟ ମାନବାଧିକାର ଆୟୋଗଙ୍କୁ ଭେଟି ଘଟଣାର ହାଜତ ମୃତ୍ୟୁ ମାମଲାର ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ସମ୍ବିତ ଅପିଲ କରିଥିଲେ।

 

 

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories