www.samajalive.in
Monday, December 8, 2025
16.1 C
Bhubaneswar

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସତର୍କ ସୂଚନା : କରୋନା ପରବର୍ତ୍ତୀ ଅବସ୍ଥା ଜଟିଳ

ଭୁବନେଶ୍ୱର : କରୋନା ମହାମାରୀ ଯେତିକି ମାରାତ୍ମକ ତା’ଠାରୁ ଅଧିକ ଜଟିଳ ତା’ର ଭୟ ଓ ପରବର୍ତ୍ତୀ ଅବସ୍ଥା। କରୋନା ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଥିିବା ୨୦ ପ୍ରତିଶତ ରୋଗୀଙ୍କ ଭବିଷ୍ୟତ ପ୍ରତି ଅଧିକ ବିପଦର ସମ୍ଭାବନା ରହିଛି। ଯେଉଁ କରୋନା ରୋଗୀମାନେ ଆଇସିୟୁ ବା ଭେଣ୍ଟିଲେଟରରେ ରହି ଆରୋଗ୍ୟ ଲାଭ କରିଛନ୍ତି ସେମାନେ ପରବର୍ତ୍ତୀ ୧ରୁ ୨ମାସ ପର୍ଯ୍ୟନ୍ତ ଶରୀରର ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି। ପୁଷ୍ଟିକର ଖାଦ୍ୟ ଖାଇବା ସାଙ୍ଗକୁ, ନିୟମିତ ବାମ୍ଫ ନେବା, ଗରମ ପାଣି ବ୍ୟବହାର କରିବା ଓ ଯୋଗାଭ୍ୟାସ ନିହାତି ଆବଶ୍ୟକ।

ଏହାସହିତ ଧୁମପାନଠାରୁ ଦୂରରେ ରହିବା ସହିତ ମାନସିକ ଅବସାଦରୁ ତ୍ରାହି ପାଇବା ପାଇଁ ସାଙ୍ଗସାଥୀଙ୍କ ସହିତ ଗପସପ କରିବା ଦରକାର। ଏହାଦ୍ୱାରା ସେମାନଙ୍କଠାରେ ଆତ୍ମବଳ ବଢ଼ିବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସବୁଠାରୁ ବଡ଼କଥା ହେଲା ଯେଉଁମାନେ କିଛି ସମୟ ଚାଲିଲେ ହାଲିଆ ବା ଥକ୍କାପଣ ଅନୁଭବ କରୁଥିବେ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ରହିବାକୁ ପଡ଼ିବ। ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋଲି କୋଭିଡ୍‌ ବୈଷୟିକ କମିଟିର ପରାମର୍ଶଦାତା ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଏହି ସତର୍କ ସୂଚନା ପ୍ରଦାନ କରିଛନ୍ତି।

- Advertisement -

ଡା. ପଣ୍ଡା କହିଛନ୍ତି ଯେ ରୋଗ ହେବାର ୧୦ ଦିନ ପରେ ରୋଗୀ ଲକ୍ଷଣହୀନ ହୁଏ ତେବେ ସେ କ୍ଷେତ୍ରରେ ଆଉ ୭ଦିନ ପରେ ରୋଗ ଡେଇଁବା ସମ୍ଭାବନା କ୍ଷୀଣ। ତେବେ ଜଣେ ଏହି ରୋଗରେ ଆକ୍ରାନ୍ତ ହେଲେ ତାକୁ ଦ୍ୱିତୀୟବାର ରୋଗ ଆକ୍ରମଣ ପ୍ରାୟତଃ କରି ନଥାଏ। ସାରା ବିଶ୍ୱରେ ଅଦ୍ୟାବଧି ମାତ୍ର ୪ରୁ ୫ଜଣଙ୍କଠାରେ ଏଭଳି ବ୍ୟତିକ୍ରମ ଦେଖାଦେଇଥିବା ବେଳେ ଭାରତରେ ମାତ୍ର ୨ ଜଣଙ୍କ ଠାରେ ଏଭଳି ସ୍ଥିତି ଉପୁଜିଛି। ତେଣୁ ଜଣେ କରୋନା ରୋଗୀ ଦ୍ୱିତୀୟବାର ସଂକ୍ରମିତ ହେବାର ସମ୍ଭାବନା ବହୁତ୍ କମ୍। ରୋଗ ପ୍ରତିରୋଧକ କ୍ଷମତା ନଥିବା ବା କମ୍ ଥିବା ଲୋକଙ୍କଠାରେ ଏହା ଦେଖାଦେଇ ପାରେ ବୋଲି ଡା. ପଣ୍ଡା କହିଛନ୍ତି।

ମଧୁମେହ, ହୃଦରୋଗ, କ୍ୟାନସର ଭଳି ଅନ୍ୟ ରୋଗ ଥିବା ବ୍ୟକ୍ତି କରୋନାରୁ ସୁସ୍ଥ ହେବା ପରେ ନିୟମିତ ଚିକିତ୍ସା କରାଇ ନେବାର ଆବଶ୍ୟକତା ରହିଛି। ତେବେ ଯେଉଁମାନେ ରୋଗ ଭଲ ହେବା ପରେ ଜ୍ୱର, କାଶ, ମାଂସପେଶୀ ଦୁର୍ବଳ ବା ଥକ୍କାପଣ ଅନୁଭବ କରନ୍ତି ସେକ୍ଷେତ୍ରରେ ଶରୀରର ହରମୋନ ଶକ୍ତି ଭାରସାମ୍ୟ ହରାଇଥିବା ଧରାଯିବ। ସେହିକ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନିହାତି ଆବଶ୍ୟକ। ମାନସିକ ରୋଗୀ ନିୟମିତ ବ୍ୟାୟାମ ଓ ଯୋଗାଭ୍ୟାସ କରିବା ସହିତ ମାନସିକ ଅବସାଦ ପାଇଁ ତାଲିମ ନେବା ଦରକାର ରହିଛି। ସରକାରଙ୍କ ପକ୍ଷରୁ କଟକ ବଡ଼ଡାକ୍ତରଖାନାରେ ପୋଷ୍ଟ କୋଭିଡ଼ କେନ୍ଦ୍ର ଖୋଲାଯାଇଛି, ଏଠାରେ ସମସ୍ତ ପ୍ରକାର କରୋନା ରୋଗୀ ପରାମର୍ଶ ନେଇପାରିବେ। ତେବେ ଜଣେ କରୋନା ରୋଗୀ ୬ମାସରୁ ୧ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଦେଇ ଗତି କରିବ। ଏହି ସମୟରେ ପୁଷ୍ଟିକର ଖାଦ୍ୟ ସେବନ କରିବା ସହିତ ନିୟମିତ ବ୍ୟାୟାମ ସାଙ୍ଗକୁ ଡାକ୍ତରଙ୍କ ପରାମର୍ଶ ଲୋଡ଼ା ବୋଲି ଡା. ପଣ୍ଡା କହିଛନ୍ତି।

ଏହି ଅବସରରେ ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜର ଅଧ୍ୟାପକ ଜିତେନ୍ଦ୍ର ସାମଲ ଉତ୍ତମ ଶରୀର ପାଇଁ ଯୋଗଭ୍ୟାସ ନିହାତି ଆବଶ୍ୟକ ବୋଲି କହିଥିଲେ। ଏହାସହିତ ଅନୁଲୋମ-ବିଲମ ଓ କପାଳଭାତି କରିବା ଦ୍ୱାରା ଫୁସଫୁସ୍ ସକ୍ରିୟ ହେବା ସହିତ ଶ୍ୱାସଗତ ସମସ୍ୟା ଦୂର ହୋଇଥାଏ। କାଢ଼ା ଶରୀର ପ୍ରତି ବହୁତ ଉପଯୋଗୀ ବୋଲି ସେ କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories