www.samajalive.in
Monday, December 15, 2025
24.1 C
Bhubaneswar

କାଜୁ ମସଲା ଫ୍ରାଏ ଛତୁ

ଆବଶ୍ୟକ ସାମଗ୍ରୀ
କଟା ଛତୁ – ୪୦୦ ଗ୍ରାମ
କଟା ପିଆଜ – ୨ଟି
କଟା ଗାଜର – ଅଳ୍ପ
ଗ୍ରୀନ ମଟର – ଅଳ୍ପ
କଟା କଞ୍ଚା ଲଙ୍କା – ୨ଟି
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଦହି – ଆବଶ୍ୟକ ପରିମାଣରେ
କାଜୁ – ଅଳ୍ପ
ଚାରୁ ମଗଜ – ଅଳ୍ପ
ନଡ଼ିଆକୋରା – ଅଳ୍ପ
ତେଜପତ୍ର – ୨ଟି
ଗୁଜୁରାତି, ଲବଙ୍ଗ – ଅଳ୍ପ
ଜିରା – ଅଳ୍ପ
ଡ଼ାଲଚିନି – ଅଳ୍ପ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାରୁମଗଜ ଓ କାଜୁକୁ କିଛି ସମୟ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ନଡ଼ିଆ କୋରା, ଅଳ୍ପ ପିଆଜ, ବତୁରାଇଥିବା ଚାରୁମଗଜ ଓ କାଜୁକୁ ଭଲ ଭାବେ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା, ତେଜପତ୍ର, ଲବଙ୍ଗ, ଗୁଜୁରାତି ଓ ଡ଼ାଲଚିନି ପକାଇ କିଛି ସମୟ ଭାଜି ଦିଅନ୍ତୁ। ଭାଜିବା ପରେ ପିଆଜ, କଞ୍ଚାଲଙ୍କା ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ଏଥିରେ ଅଦାରସୁଣ ବଟା , ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ଗ୍ରୀନ ମଟର ଓ ଛତୁ ପକାଇ ଅଳ୍ପ ପାଣି ଦେଇ କିଛି ସମୟ ଗ୍ୟାସରେ ବସାନ୍ତୁ। କିଛି ସମୟରେ ପରେ ଏଥିରେ ପୂର୍ବରୁ ପ୍ରସ୍ତୁତ କାଜୁ ପେଷ୍ଟକୁ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଦହି ସାମାନ୍ୟ ପାଣି ଦେଇ କିଛି ସମୟ ପରେ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଜୁ ମସଲା ଫ୍ରାଏ ଛତୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories