www.samajalive.in
Sunday, December 7, 2025
18.1 C
Bhubaneswar

ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଉପରେ କଟକଣା; ଭବାନୀପାଟଣାରେ ୭୨ ଘଣ୍ଟା ୧୪୪ ଧାରା

ଭବାନୀପାଟଣା : କୋଭିଡ୍‌ ସମୟରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ବିରଳ ଛତରଯାତ୍ରା ଯୋଗୁଁ ପ୍ରଶାସନ କଡ଼ା କଟକଣା ଜାରି କରିଛି। ୨୨ ମଧ୍ୟରାତ୍ରିରୁ ୨୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ଲାଗୁ କରାଯିବା ସହିତ ଭବାନୀପାଟଣା ସହର ଭିତରକୁ କୌଣସି ଯାନବାହନ ପ୍ରବେଶ ନିଷେଧ ଓ ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ରୁଣ୍ଡ ହୋଇପାରିବେ ନାହିଁ ବୋଲି ପ୍ରଶାସନ କଡ଼ା ନିର୍ଦେଶ ଜାରି କରିଛି। ନିର୍ଦେଶର ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କା ଜୋରିମାନା କରାଯିବ। ପ୍ରଶାସନିକ କଟକଣା ଯୋଗୁଁ ବହୁ ମାନସିକଧାରୀ ଆଗୁଆ ଗତ ମଙ୍ଗଳବାର, ବୁଧବାର ଓ ଆଜି ଗୁରୁବାର ମନ୍ଦିର ସମ୍ମୁଖ ରାସ୍ତାରେ ବଳି ଦେଇଥିବା ଦେଖିବାକୁ ମିଳିଛି ା କଳାହାଣ୍ଡି ଜିଲାରେ ଚଳିତବର୍ଷ ଦଶହରା ଏବଂ ଛତରଯାତ୍ରାକୁ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ କୋଭିଡ୍‌ ନିୟମକୁ ପାଳନ ପାଇଁ ଜିଲା ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏନେଇ ନିୟମାବଳୀ ଜାରି ହୋଇଛି। ଆସନ୍ତା ୨୪ ତାରିଖରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ବିନା ଭକ୍ତରେ ଛତରଯାତ୍ରା ହେଉଥିବାରୁ ପଶୁ ଓ ପକ୍ଷୀବଳିକୁ ନିଷିଦ୍ଧ ଘୋଷଣା କରାଯାଇଛି। ଛତରଯାତ୍ରା ସମୟରେ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହେବ। କେବଳ ଜରୁରୀସେବା କିମ୍ବା ଡାକ୍ତରୀ ସେବା ପାଇଁ ସହରକୁ ପ୍ରବେଶ ପାଇଁ ଅନୁମତି ଥିବା ବେଳେ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଲୋକଙ୍କୁ ବାରଣ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏହି ନିୟମାବଳୀ ବିଧିରକ୍ଷା ପୂର୍ବକ ସାର୍ବଜନୀନ ଦୁର୍ଗାପୂଜା ଓ ଛତରଯାତ୍ରା ହେବ। ଦୁର୍ଗାପୂଜା ଓ ଛତରଯାତ୍ରାରେ କୌଣସି ସର୍ବସାଧାରଣ ଭାଗ ନେଇପାରିବେ ନାହିଁ। ଏପରିକି ବାହାର ଗାଁ ତଥା ଆଖପାଖ ଅଞ୍ଚଳର ବ୍ୟକ୍ତିମାନଙ୍କୁ ଯାତ୍ରା ଦେଖିବା ପାଇଁ ଆସିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଯେକୌଣସି ପୂଜାକମିଟି ଏହି ନିର୍ଦେଶାବଳୀର ଅବମାନନା କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ୧ ଲକ୍ଷ ଟଙ୍କା ଜୋରିମାନା କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ନିୟମକୁ କଡାକଡ଼ି କରିବା ଲାଗି ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories