www.samajalive.in
Sunday, December 7, 2025
26.1 C
Bhubaneswar

ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟସ୍ତରୀୟ ସାମାଜିକ ଗଣମାଧ୍ୟମ କମିଟି ଗଠିତ

ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ହେବାକୁ ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ହେବ। ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ କମିଟିର ୪ଜଣ ସାଧାରଣ ସଂପାଦକ ଏବଂ ୪ଜଣ ସଂପାଦକଙ୍କୁ ଦାୟିତ୍ୱ ପ୍ରଦାନ କରି କମିଟି ଗଠନ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ।

ବାଲେଶ୍ୱର ନିର୍ବାଚନ ପାଇଁ ରାଜ୍ୟ ସାଧାରଣ ସଂପାଦକ ଚେତନ ମିଶ୍ର, ଜୋୟତା ରାୟ ଏବଂ ସଂପାଦକ ରଞ୍ଜିତ ପଣ୍ଡା ଦାୟିତ୍ୱରେ ରହିଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ରେହାନ ଖାଁଙ୍କୁ ବାଲେଶ୍ୱର ବିଧାନସଭା ପାଇଁ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ତିର୍ତୋଲ ଉପ ନିର୍ବାଚନ ପାଇଁ ରାଜ୍ୟ ସାଧାରଣ ସଂପାଦକ ସମ୍ବିତ ଶ୍ରୀଚନ୍ଦନ, ଶୈଳେନ୍ଦୁ ଦାସଙ୍କ ସହ ରାଜ୍ୟ ସଂପାଦକ ଜଗତଜୀବନ ମହାନ୍ତି, ସତ୍ୟବ୍ରତ ଗୁରୁ ଓ ସୁବାଷ ନାୟକ ଦାୟିତ୍ୱରେ ରହିଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ସନ୍ତୋଷୀ ପ୍ରସାଦ ଶତପଥିଙ୍କୁ ତିର୍ତୋଲ ବିଧାନସଭା ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଇଁ ସଂଯୋଜକ ଭାବେ ଗୌତମ ସାହୁ, ସହ ସଂଯୋଜକ ଭାବେ ନବପ୍ରସାଦ ଭୂୟାଁ, ହରନାରାୟଣ ରାଉତ ଓ ରଞ୍ଜିତ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଶ୍ରୀ ମହାନନ୍ଦ। ଜଗତସିଂହପୁର ଜିଲ୍ଲା ପାଇଁ ଜିଲ୍ଲା ସଂଯୋଜକ ଭାବେ ଅଭିନନ୍ଦନ ସେଠୀ, ସଂଗ୍ରାମ କୁମାର ମହାନ୍ତି, ସାରଦା ପ୍ରସନ୍ନ ସାମଲ ନିଯୁକ୍ତି ପାଇଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୋସିଆଲ ମିଡ଼ିଆ ସାଧାରଣ ସଂପାଦକ  ଦୀପକ କୁମାର ମହାପାତ୍ର ଜଣାଇଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories