www.samajalive.in
Sunday, December 7, 2025
23.1 C
Bhubaneswar

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ-୨୦୨୦” ସଂକ୍ରାନ୍ତ ଆଲୋଚନା ଚକ୍ର

ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଆୟୋଜିତ ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦ ସଂପର୍କୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଉତ୍କୃଷ୍ଟତା ନିମନ୍ତେ ରାଜ୍ୟସରକାରଙ୍କ ଦ୍ୱାରା ଆଗତ ଏହି ଐତିହାସିକ ଅଧ୍ୟାଦେଶ ସଂପକୀୟ ୱେବିନାରରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମଗ୍ର ବିଶ୍ୱର କୋଣ ଅନୁକୋଣରୁ ପ୍ରତିଷ୍ଠିତ ଶିକ୍ଷାବିତ୍‍ମାନେ ଯୋଗଦେଇ ନିଜର ମତ ପ୍ରଦାନ କରିଥିଲେ।

ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଆସୋସିଏଟ୍‍ ପ୍ରଫେସର ଡଃ ସଂଜୀବ ପଣ୍ଡା ୱେବିନାରରେ ଅଂଶଗ୍ରହଣ କରିବା ଅବସରରେ କହିଥିଲେ କି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟଦେଶ ୨୦୨୦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହି ଅଧ୍ୟାଦେଶ ଦ୍ୱାରା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଗୋଟିଏ ନିୟମାବଳୀରେ ପରିଚାଳିତ ହୋଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସୁସ୍ଥ ଶିକ୍ଷାର ବାତାବରଣ ସୃଷ୍ଟି କରିବ।

- Advertisement -

ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର କୁମରବର ଦାସ କହିଥିଲେ କି ଓଡିଶା ସରକାରଙ୍କ ଦ୍ୱାରା ଆଗତ ଏହି ଅଧ୍ୟାଦେଶ ଶିକ୍ଷା ପ୍ରଣାଳୀରେ ନୂତନ ସଂସ୍କାର ଆଣିବ ଏବଂ ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ଚୟନ ଦାୟିତ୍ୱ ଓଡିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ପ୍ରବରଣ ମଣ୍ଡଳୀଭଳି ସ୍ୱତନ୍ତ୍ର ସଂସ୍ଥାକୁ ପ୍ରଦାନ କରିବା ଦ୍ୱାରା ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବା ସହ ପକ୍ଷପାତିତାର ଅନ୍ତ ଘଟିବ।

ଅନ୍ୟ ଶିକ୍ଷାବିତ୍‍ମାନଙ୍କ ମଧ୍ୟରେ ପ୍ରଫେସର ଜୟନ୍ତ ମହାପାତ୍ର ପୂର୍ବତନ କୁଳପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଡଃ ଅନୁପମା ପାଣ୍ଡେ, ପ୍ରଫେସର  ଦୀପ୍ତି ରଂଜନ ସାହୁ, ପ୍ରଫେସର କମଳା ପ୍ରସାଦ ମହାପାତ୍ର,  ଡଃ ବିକାଶ କୁମାର ନାୟକ ପ୍ରମୁଖ ଯୋଗଦେଇ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ଓଡିଶାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ସଂସ୍କାର ଆଣିବ ବୋଲି ମତ ପ୍ରକାଶ କରିଥିଲେ।

ଏହି ୱେବିନାରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଥିଲେ କି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ଏହି ନୂତନ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ଓଡିଶାର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଏକ ନୂତନ ଦିଗ୍‍ଦର୍ଶନ ପ୍ରଦାନ କରିବ। ଏହି ଅଧ୍ୟାଦେଶ କୌଣସି ମତେ ୟୁ.ଜି.ସି.ର ନିୟମାବଳୀକୁ ଉଲ୍ଲଂଘନ କରୁନାହିଁ ଏବଂ ବିଶ୍ୱବିଦ୍ୟାଳୟ ପରିଚାଳନା ନିମନ୍ତେ ଏପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ଆଇନ୍‍ ନଥିବା ଉଲ୍ଲେଖ କରିଥିଲେ। ଭାରତ ବର୍ଷର ଅନ୍ୟ ରାଜ୍ୟ ପରି ବିଶ୍ୱ ବିଦ୍ୟାଳୟର ପରିଚାଳନା ସମ୍ବନ୍ଧୀୟ ସ୍ୱତନ୍ତ୍ରତା ଏବଂ ସ୍ୱାଧୀନତାକୁ “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ” କ୍ଷୁର୍ଣ୍ଣ କରୁନାହିଁ ବରଂ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ଓ ସ୍ୱାଧୀନତାକୁ ଅତୁଟ ରଖିବାରେ ସମର୍ଥ ଏହି ଅଧ୍ୟାଦେଶ। ଏହି ଅବସରରେ ସେ ବିହାର, ଝାଡଖଣ୍ଡ, ପଂଜାବ, ଗୁଜୁରାଟ, କେରଳ ଭଳି ରାଜ୍ୟମାନଙ୍କର ସଂପର୍କରେ ମତ ପ୍ରକାଶ କରିଥିଲେ।

ଏହି ୱେବିନାରରେ  ବିଧାୟକ ତଥା ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଯୋଗଦେଇ କହିଥିଲେ କି  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଏବଂ ସ୍ୱଚ୍ଛ ନେତୃତ୍ୱ ମାଧ୍ୟରେ ପ୍ରସ୍ତୁତ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ” ବଳରେ ଓଡିଶା ବିଶ୍ୱର ଶିକ୍ଷା ସଂସ୍କାର ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିଗ୍ରହଣ କରିବ। ଆଗାମୀ ଦିନରେ ଶିକ୍ଷାର ଗୁଣାତ୍ମକ ମାନଦଣ୍ଡ ବୃଦ୍ଧି କରିବାରେ ଏହି ଅଧ୍ୟାଦେଶ ନିଣ୍ଣାୟକ ଭୂମିକା ଗ୍ରହଣ କରିବାରେ ସହାୟକ ହେବ।

ଏହି ୱେବିନାରରେ  ବିଜୁ ଜନତା ଦଳର ସାଧାରଣ ସଂପାଦକ (ଯୁବବ୍ୟପାର) ତଥା  ବିଧାୟକ  ପ୍ରଣବ ବଳବନ୍ତ ରାୟ, ସଭାପରିଚାଳନା କରିଥିଲେ । ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା  ବିଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସଂପାଦକ (ଯୁବବ୍ୟାପାର) ତଥା ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ  ଅମରେଶ ପତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଂଜନ ତ୍ରିପାଠୀ ଉପସ୍ଥିତ ରହି ୱେବିନାରକୁ ସଫଳ ମଣ୍ଡିତ କରିଥିବା ସମସ୍ତ ଶିକ୍ଷାବିତ୍‍, ଅଭିଭାବନ, ଛାତ୍ରଛାତ୍ରୀ ଓ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories