www.samajalive.in
Sunday, December 7, 2025
14.1 C
Bhubaneswar

୬୧ ବର୍ଷ ପରେ କ୍ରମାଗତ ୨ବର୍ଷ ସ୍ବାଭାବିକ ମୌସୁମୀ ବର୍ଷା: ଚଳିତ ବର୍ଷ ସ୍ବାଭାବିକ ଶୀତ ସମ୍ଭାବନା

ଦେଶରୁ ଆରମ୍ଭ ହୋଇଛି ମୌସୁମୀର ଫେରନ୍ତି ବେଳ । ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଗତ ବର୍ଷ ଭଳି ଏଥର ସାଧାରଣ ଅପେକ୍ଷା ଅଧିକ ବର୍ଷା ହୋଇଥିଲା। ଗତ ୧୨୦ ବର୍ଷ ମଧ୍ୟରେ ଚଳିତ ବର୍ଷ ହେଉଛି ୧୯ ତମ ବର୍ଷ ଯେତେବେଳେ ଦେଶର ବିଭିନ୍ନ ସ୍ଥାନରେ ୧୦୯ ପ୍ରତିଶତ କିମ୍ବା ଅଧିକ ବର୍ଷା ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ୬୧ ବର୍ଷ ପରେ ଲଗାତାର ଦୁଇ ବର୍ଷ ଧରି ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇଛି । 

୨୦୧୯ ରେ ୧୧୦ % ମୌସୁମୀ ବର୍ଷା ରେକର୍ଡ ହୋଇଥିବାବେଳେ ୨୦୨୦ ରେ ମଧ୍ୟ ୧୦୯% ବର୍ଷା ରେକର୍ଡ କରାଯାଇଛି ।  କେବଳ ଏତିକି ନୁହେଁ, ଦେଶର ୩୬ ଟି ସବଡିଭିଜନ୍ ମଧ୍ୟରୁ ୩୧ ଟି ସାଧାରଣ ଅପେକ୍ଷା ଅଧିକ ବର୍ଷା ହୋଇଛି। ଚଳିତ ବର୍ଷର  ଅଗଷ୍ଟରେ ସର୍ବାଧିକ ମୌସୁମୀ ବର୍ଷା ହୋଇଥିଲା।

- Advertisement -

ସାଧାରଣତଃ ଦେଶରୁ  ସେପ୍ଟେମ୍ବର ୧୭ ବେଳକୁ ମୌସୁମୀ ଫେରନ୍ତି ପ୍ରକ୍ରିୟା ଆରମ୍ଭ ହୋଇଥାଏ ।  କିନ୍ତୁ ଚଳିତ  ବର୍ଷ ପ୍ରାୟ ଦୁଇ ସପ୍ତାହ ବିଳମ୍ବରେ ୨୮ ସେପ୍ଟେମ୍ବରରୁ ରାଜସ୍ଥାନ ଏବଂ ପଞ୍ଜାବରୁ ଏହି ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସମଗ୍ର ଦେଶରୁ ମୌସୁମୀ ଯିବାର ସାଧାରଣ ତାରିଖ ହେଉଛି ୧୫ ଅକ୍ଟୋବର ।

ପାଣିପାଗ ବିଜ୍ଞାନୀ ଆର.କେ ଜେନନାମୀ କହିଛନ୍ତି ଯେ ବାୟୁପ୍ରବାହ ମୌସୁମୀକୁ ଭୂତଳ ଅଞ୍ଚଳକୁ ଟାଣି ଆଣିବାରେ ସାହାଯ୍ୟ କରିଥିଲା। ସାଧାରଣତ  ଜୁଲାଇ ୮ ରେ ସମଗ୍ର ଦେଶରେ ମୌସୁମୀ ପହଞ୍ଚେ, କିନ୍ତୁ ଏଥର ଜୁନ୍ ୨୬ ରେ ମୌସୁମୀ ସାରା ଦେଶରେ ପହଞ୍ଚି ଯାଇଥିଲା   । ଜୁଲାଇରେ ବଙ୍ଗୋପସାଗରରେ ମୌସୁମୀ ପାଇଁ ଅନୁକୂଳ ପରିବେଶ ନ ହେବା ଯୋଗୁଁ ବର୍ଷା ଯଥେଷ୍ଟ ହ୍ରାସ ପାଇଥିଲା। ତେବେ ଅଗଷ୍ଟ ଶେଷରୁ ପ୍ରଶାନ୍ତ ମହାସାଗରରେ ଦୁର୍ବଳ ଲା-ନିନା ଯୋଗୁଁ ମୌସୁମୀ ସ୍ବାଭାବିକ ହୋଇଛି । ଏହି ସ୍ଥିତିରେ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ସ୍ବାଭାବିକ ପରିସ୍ଥିତି ଜାରି ରହିବ ଓ ସ୍ବାଭାବିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories