ଆବୁଧାବି: ଚଳିତ ଆଇପିଏଲରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଛି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି। ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ହାଇଦ୍ରାବାଦ ପ୍ରଥମ ବିଜୟ ଲକ୍ଷ ରଖିଥିବା ବେଳେ ଦିଲ୍ଲୀ ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷ୍ୟରେ ରହିଛି।
ଉକ୍ତ ମ୍ୟାଚରେ ଦିଲ୍ଲୀ କ୍ୟାପଟେନ୍ ଶ୍ରେୟସ୍ ଆୟର୍ ଟିମରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଅଭିଜ୍ଞ ପେସ୍ ବୋଲର୍ ଈଶାନ୍ତ ଶର୍ମା ଦଳକୁ କମବ୍ୟାକ୍ କରିଥିବା ବେଳେ ଆଭେଶ୍ ଖାନ୍ ବାଦ୍ ପଡ଼ିଛନ୍ତି। ସେହିପରି ହାଇଦ୍ରାବାଦ ଟିମରେ ଦୁଇଟି ପରିବର୍ତ୍ତନ ହୋଇଛି।



