www.samajalive.in
Sunday, December 7, 2025
26.1 C
Bhubaneswar

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଘୁଞ୍ଚିଲା,ଖୁବ୍‌ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ମୁମ୍ବଇ : ଚଳିତମାସ ୨୯ରେ ବସିବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଘୁଞ୍ଚିଯାଇଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଏହି ସୁଧହାର ସମୀକ୍ଷା ବୈଠକ ପାଇଁ କମିଟିରେ ରହିଥିବା ସଦସ୍ୟଙ୍କ ଅଭାବ ଯୋଗୁ ପୂର୍ବ ନିର୍ଦ୍ଧାରିତ ସମୟରେ ଏହା ଅନୁଷ୍ଠିତ ହୋଇପାରିବ ନାହିଁ ।ଏହାପରେ ବୈଠକକୁ ଘୁଞ୍ଚାଇ ଦିଆଯାଇଛି ।

ସୂଚନାଯୋଗ୍ୟ ମୁଦ୍ରାନୀତି କମିଟି ବୈଠକ ଚଳିତମାସ ୨୯ରୁ ଅକ୍ଟୋବର ପହିଲା ଯାଏ ତିନି ଦିନ ଧରି ବସିବାର ଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟିର ନୂଆ ବାହ୍ୟ ସଦସ୍ୟଙ୍କ ନାମ ଏ ଯାଏ ଘୋଷଣା କରାଯାଇନାହିଁ । ଯାହାଫଳରେ ବର୍ତ୍ତମାନ ବୈଠକ ହେଲେ ଏଥିରେ ବାହ୍ୟ ସଦସ୍ୟଙ୍କ ଅଭାବ ଦେଖାଦେବ । ଅନ୍ୟପକ୍ଷରେ ଏମ୍‌ପିସି କମିଟିରେ ରହିଥିବା ତିନି ବାହ୍ୟ ସଦସ୍ୟ ରବୀନ୍ଦ୍ର ଢ଼ୋଲକିଆ, ପାମି ଦୁଆ ଏବଂ ଚେତନ ଘାଟେଙ୍କ କାର୍ଯ୍ୟକାଳ ଇତି ମଧ୍ୟରେ ପୁରିଯାଇଛି । କମିଟିର ତିନି ବାହ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ୪ ବର୍ଷ ରହିଥାଏ । ଆର୍‌ବିଆଇ ନିୟମ ଅନୁଯାୟୀ ବାହ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ ନାହିଁ ା ଏହି କମିଟିରେ ମୋଟ ୬ ସଦସ୍ୟ ରହିଛନ୍ତି । ଅନ୍ୟ ତିନି ସଦସ୍ୟ ହେଉଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମୃଦୁଲ କେ. ସାଗର ଏବଂ ମାଇକେଲ ଦେବବ୍ରତ ପାତ୍ର‌‌ । ୨୦୧୬ ଅକ୍ଟୋବରରେ ଏମ୍‌ପିସି ଗଠନ କରାଯାଇଥିଲା । କମିଟିରେ ଉପରୋକ୍ତ ବାହ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ସୁଦ୍ଧା ସେମାନଙ୍କ ସ୍ଥାନରେ ସରକାର ନୂଆ ସଦସ୍ୟ ନିଯୁକ୍ତ କରିନାହାନ୍ତି । ଯାହାଫଳରେ ବର୍ତ୍ତମାନ ଏମ୍‌ପିସି ବୈଠକ ପାଇଁ ସମ୍ପୂର୍ଣ୍ଣ ୬ ସଦସ୍ୟଙ୍କ ଉପସ୍ଥିତିର ଅଭାବ ରହିଛି ।ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ସଦସ୍ୟଙ୍କ ନାମ ଘୋଷଣା ପରେ ବୈଠକ ତାରିଖ ଧାର୍ଯ୍ୟ ହେବ ।

- Advertisement -

ସାଧାରଣତଃ ଦୁଇ ମାସରେ ଥରେ ଏମ୍‌ପିସି ବୈଠକ ଅନୁଷ୍ଠିତ ହୋଇଥାଏ । ଏହାଛଡା ଗୋ‌ାଟିଏ ବର୍ଷରେ ଅତିକମ୍‌ରେ ୪ଟି ଏମ୍‌ପିସି ବୈଠକ ହେବା ଆବଶ୍ୟକ । ଚଳିତ ବୈଠକ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରମୁଖ ସୁଧହାର ଅପରିବର୍ତ୍ତିତ ରଖିବା ଆଶା କରାଯାଉଥିଲା ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories