www.samajalive.in
Sunday, December 7, 2025
14.1 C
Bhubaneswar

ଅସାମାଜିକଙ୍କ ଆଡ୍ଡା ପାଲିଟିଛି ଜବରଦଖଲ କ୍ୱାର୍ଟର

ବ୍ରଜରାଜନଗର:  ବୀରବଲ ହତ୍ୟାକାଣ୍ଡର ପରଦିନ ଅର୍ଥାତ ଗୁରୁବାର ଲୋକେ ଓରିଏଂଟ ଥାନାକୁ ଆସି ବୀରବଲଙ୍କ ହତ୍ୟାକାରୀଙ୍କୁ ଧରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ ଗ୍ରହଣ କରିବାକୁ ପୋଲିସ ନିକଟରେ ଦାବି କରିଥିଲେ। ଅଭିଯୁକ୍ତମାନେ ଏମସିଏଲର ଜବରଦଖଲ ହୋଇ ଭଡ଼ାରେ ଲାଗିଥିବା କ୍ୱାର୍ଟରରେ ରହୁଥିବାରୁ ତୁରନ୍ତ ଘର ଖାଲି କରାଇବାକୁ ପୋଲିସ ନିକଟରେ ଜିଦ୍‍ ଧରିଥିଲେ। ଏମସିଏଲ କର୍ମଚାରୀମାନେ ସେବାନିବୃତ୍‍ ହେବା ପରେ ତାଙ୍କ କ୍ୱାର୍ଟର ଗୁଡ଼ିକୁ କେତେକ ଅସାଧୁ ବ୍ୟକ୍ତି ଅକ୍ତିଆର କରିବା ପରେ ବାହାର ଅଂଚଳର ଲୋକଙ୍କୁ ଭଡ଼ାରେ ଲାଗାଉଛନ୍ତି। ତେଣୁ ଭଡ଼ା ସୁତ୍ରରେ ଲାଗିଥିବା କ୍ୱାର୍ଟର ବାବଦରେ କୋଇଲା ଖଣି କତ୍ତୃପକ୍ଷ ଦୃଢ ପଦକ୍ଷେପ ନେଉନଥିବାରୁ ଅସାମାଜିକ ବ୍ୟକ୍ତି ଏହାର ଫାଇଦା ଉଠାଇ ଅଂଚଳର ଶାନ୍ତି ଶୃଙ୍ଖଳା ଭଙ୍ଗ କରୁଥିବା ଲୋକେ ପୋଲିସକୁ ଅବଗତ କରାଇଥିଲେ। କୋଇଲା ଖଣିର କ୍ୱାର୍ଟର ଗୁଡ଼ିକୁ ବେଆଇନ ଭାବେ ଜବରଦଖଲ କରି ଅସାମାଜିକଙ୍କୁ ଭଡ଼ାରେ ଲାଗଇଥିବା ବ୍ୟକ୍ତିଙ୍କ ବିରୋଧରେ ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉତକ୍ତ ଜନ ସାଧାରଣ ପୋଲିସ ପାଖରେ ଦାବି ଜଣାଇଥିଲେ। ସେପଟେ ଏହି ଅଭିଯୋଗ ପରେ ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶୃତି ପ୍ରଦାନ କରିଥିବା ସୂଚନା ମିଳିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories