www.samajalive.in
Sunday, December 7, 2025
26.1 C
Bhubaneswar

ବାତିଲ ହେଲା ହାଇସ୍ପିଡ୍ ରେଳ ଟେଣ୍ଡର, ହଟିବ ଚାଇନା କମ୍ପାନୀ

ନୂଆଦିଲ୍ଲୀ: ଚୀନକୁ ପୁଣି ଥରେ ଝଟକା ଦେଇଛି ଭାରତ। ତେବେ ଏହି ଝଟକା ଭାରତୀୟ ରେଳବାଇ ଜରିଆରେ ଦିଆଯାଇଛି। ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣରୁ ବାଦ୍ ପଡିଲା ଚୀନ। ସୀମା ବିବାଦ କାରଣକୁ ନେଇ ଭାରତୀୟ ରେଳବାଇ ଏଥର ଉଠାଇଛି ଆଉ ଏକ ବଡ ପଦକ୍ଷେପ। ଚୀନ୍ ସହିତ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ହୋଇଥିବା ଚୁକ୍ତିକୁ ବାତିଲ କରିଛି ଭାରତୀୟ ରେଳବାଇ। ଏ ନେଇ ରେଳବାଇ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି।

- Advertisement -

ଏବେ ବନ୍ଦେ ଭାରତ ଏକ୍ସପ୍ରେସର ଏହି ୪୪ ନୂଆ ଟ୍ରେନ ପାଇଁ ପୁଣି ଥରେ ଆସିବ ନୂଆ ଟେଣ୍ଡର। ଚେନ୍ନଇସ୍ଥିତ ଭାରତୀୟ ରେଳବାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ଗତ ଜୁଲାଇ ୧୦ରେ ୪୪ଟି ହାଇସ୍ପିଡ୍ ଏକ୍ସପ୍ରେସ ଟ୍ରେନ ନିର୍ମାଣ ପାଇଁ ଚୀନ ସହିତ ଚୁକ୍ତି କରିଥିଲା। ଏହି ଟେଣ୍ଡର ପାଇଁ ଗତ ମାସରେ ଭାରତ ୬ଟି ରେଳ କମ୍ପାନୀଠାରୁ ଆବେଦନ ପାଇଥିଲା। ଏଥିରେ ଏକ ଚାଇନା କମ୍ପାନୀ ସିଆରସିସି ଲିମିଟେଡ୍‌ ରହିଛି।

ଟେଣ୍ଡରରେ ଭାଗ ନେଇଥିବା​‌​‌ ଅନ୍ୟ ୫ ଭାରତୀୟ କମ୍ପାନୀ ହେଉଛି, ରାଷ୍ଟ୍ରାୟତ୍ତ ଭାରତ ହେଭି ଇଲେକ୍ଟ୍ରିକାଲସ ଲିମିଟେଡ୍‌(ଭେଲ୍‌), ଭାରତ ଇଣ୍ଡଷ୍ଟ୍ରିଜ୍‌, ସିଙ୍ଗରୁର, ଇଲେକ୍‌ଟ୍ରୋୱେଭ୍ସ ଇଲେକ୍‌‌ଟ୍ରୋନିକ୍ସ (ପ୍ରା.)ଲିମିଟେଡ୍‌ ମେଧା ସର୍ଭୋ ଡ୍ରାଇଭ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ପାୱାର​ନେଟିକ୍ସ ଇକ୍ବିପମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌। ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍‌) ପକ୍ଷରୁ ଆହ୍ବାନ କରାଯାଇଥିବା ଏହି ବିଶ୍ବସ୍ତରୀୟ ଟେଣ୍ଡର ପାଇଁ ସିଆର୍‌ଆର୍‌ସି ଏକ ଯୌଥ ଉଦ୍ୟୋଗ କମ୍ପାନୀ ସିଆର୍‌ଆର୍‌ସି-ପାୟୋନିର ଇଲେକ୍‌ଟ୍ରିକ୍‌(ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ ଗଠନ କରିଥିଲା। ଏଥିପାଇଁ ଭାରତୀୟ କମ୍ପାନୀ ଗୁରଗାଁଓର ପାୟୋନିର ଫିଲ୍‌ ମେଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ସହଯୋଗିତା ସ୍ଥାପନ କରିଥିଲା। ତେବେ କମ୍ପାନୀ ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ କରିବା ଲକ୍ଷ୍ୟ ନେଇ ଏହି ଟେଣ୍ଡରରେ ଅଂଶଗ୍ରହଣ କରିଥିଲା।

ଅନ୍ୟପକ୍ଷରେ ଏହି ଟେଣ୍ଡରରେ ଚାଇନା କମ୍ପାନୀର ଅଂଶଗ୍ରହଣକୁ ବିରୋଧ କରିଛି ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)। ଏ ନେଇ ମହାସଂଘ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖିଥିଲା। ଏବେ ରେଳବାଇ ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ପାଇଁ ପୁଣି ଥରେ ନୂଆ ଟେଣ୍ଡର କରିବାକୁ ଯାଉଥିବା ଜଣାପଡିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories