www.samajalive.in
Sunday, December 14, 2025
19.1 C
Bhubaneswar

ବିଜେପି ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ାଙ୍କ ଅଭିଯୋଗ: ଚୀନଠାରୁ ପଇସା ନେଇଛନ୍ତି ରାହୁଳ-ସୋନିଆ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ା ଆଜି ଆଣିଛନ୍ତି ଏକ ଭୟଙ୍କର ଅଭିଯୋଗ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଳ ଗାନ୍ଧୀ ଚୀନଠାରୁ ଟଙ୍କା ନେଇଥିବା  ଅଭିଯୋଗ କରିଛନ୍ତି । ନିଜ ଟ୍ବିଟରରେ ରାହୁଳଙ୍କ ଉପରେ ଅନେକ ଅଭିଯୋଗ କରିଛନ୍ତି ଶ୍ରୀ ନଡ଼୍ଡ଼ା । ଗୋଟିଏ ଟ୍ବିଟରେ ସେ ଲେଖିଛନ୍ତି – ଏହା ସେତେବେଳେ ହୋଇଥାଏ, ଯେତେବେଳେ ‘ପ୍ରିନ୍ସ ଅଫ୍ ଇନକମ୍ପିଟାନ୍ସ’ ବିନା କିଛି ପଢ଼ି କୌଣସି ଲେଖାକୁ ଉଲ୍ଲେଖ କରିଥାଆନ୍ତି ।’ ରାହୁଳଙ୍କ ଉଦ୍ଦେଶ୍ୟରେ ସେ ଏ କଥା ମଧ୍ୟ ଲେଖିଛନ୍ତି ଯେ -ଏହା ସ୍ବାଭାବିକ ଯେ ଆପଣଙ୍କ ପୁରା ରାଜନୈତିକ ଜୀବନ କେବଳ ମିଛ ଖବର ପ୍ରଚାର ଉପରେ ଆଧାରିତ ।

ଜେ.ପି.ନଡ଼୍ଡ଼ା ସୋମବାର ରାହୁଳଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏକ ଟ୍ବିଟରେ ଏ କଥା ମଧ୍ୟ ଲେଖିଛନ୍ତି ଯେ – ’ଆପଣଙ୍କ ପରିବାରର ସନ୍ଦେହଜନକ ପରମ୍ପରାରେ ପ୍ରଧାନମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପାଣ୍ଠିରେ ଏକ ସ୍ଥାୟୀ ସ୍ଥିତି ଲାଗୁ କରିବା ଓ ପୁଣି ପିଏମଏନଆରଏଫରୁ ସେହି ଧନ ଆପଣଙ୍କ ପରିବାର ଟ୍ରଷ୍ଟକୁ ପଠାଯିବା ମଧ୍ୟ ଗୋଟିଏ ଉଦାହରଣ । ’
ସେହିପରି ସୋନିଆ ଓ ରାହୁଳଙ୍କ ଉପରେ ଆଉ ଏକ ଗୁରୁତର ଅଭିଯୋଗ ଲଗାଇଛନ୍ତି ଶ୍ରୀ ନଡ଼୍ଡ଼ା । ସେ ଲେଖିଛନ୍ତି -‘ଆପଣ ଓ ଆପଣଙ୍କ ମା ଆମ ଦେଶର ରାଷ୍ଟ୍ରୀୟ ସ୍ବାର୍ଥ୍ୟକୁ କ୍ଷତି ପହଞ୍ଚାଇବା ନିମନ୍ତେ ଚୀନଠାରୁ ପଇସା ନେଇଛନ୍ତି । କେହି କଣ ଏତେ ତଳକୁ ଖସିପାରୋ’

- Advertisement -

ପୁରା ଦେଶ ପ୍ରଦାନମନ୍ତ୍ରୀଙ୍କ ଉପରେ ଭରସା କରୁଛି । ଏହି ବିଶ୍ବାସ ପିଏମ୍ କେୟାରକୁ ମିଳୁଥିବା ସହଯୋଗରୁ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଆପଣ କେବଳ ମିଛ ଖବର ପ୍ରସାରିତ କରୁଛନ୍ତି । ଯେତେବେଳେ ପୁରା ଦେଶ କୋଭିଡ଼-୧୯ ଲଢ଼େଇରେ ହାତକୁ ହାତ ମିଶାଇ କାର୍ଯ୍ୟ କରୁଛି ସେତେବେଳେ ଆପଣ ମିଛକଥା ବାଣ୍ଟି ଚାଲିଛନ୍ତି ବୋଲି ରାହୁଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବିଜେପି ସଭାପତି ଶ୍ରୀ ନଡ଼୍ଡ଼ା ।

ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ନିଜ ଟ୍ବିଟରରେ ଏକ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ପୋଷ୍ଟ କରିଥିଲେ । ପିଏମ୍ କେୟାର୍ସ ପାଣ୍ଠି ସମ୍ପର୍କରେ ସୂଚନା ଅଧିକାର ଆବେଦନକୁ ଖାରଜ ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଥିଲା । ଏହି ଖବରକୁ ପୋଷ୍ଟ କରିବା ସହ ରାହୁଳ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏକ ଟିପ୍ପଣୀ ଦେଇଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories