www.samajalive.in
Sunday, December 14, 2025
19.1 C
Bhubaneswar

ନାଗପୁର ହିଂସା: ୮ ଭିଏଚପି ଓ ବଜରଙ୍ଗ ଦଳ କର୍ମୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରର ନାଗପୁର ହିଂସା ଘଟଣାରେ ପୁଲିସ ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ଏବଂ ବଜରଙ୍ଗ ଦଳର ୮ କର୍ମୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ବୁଧବାର ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ଜାମିନରେ ଛାଡ଼ି ଦିଆଯାଇଥିଲା।

ସମ୍ଭାଜିନଗରରେ ମୋଗଲ ଶାସକ ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବିରେ ଭିଏଚପି ଏବଂ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ନାଗପୁର ପୁଲିସ ଉଭୟ ସଂଗଠନର ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ପରେ ସେମାନଙ୍କୁ ଗିରଫ କରିବାକୁ ଚଢ଼ାଉ ଆରମ୍ଭ କରିଥିଲା। ଯାହାଫଳରେ ଅଶାନ୍ତି ସୃଷ୍ଟିରେ ସାମିଲ ଥିବା କିଛି କର୍ମୀ ଆତ୍ମସମର୍ପଣ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ଭିଏଚପି ଏବଂ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପରେ ସୋମବାର ରାତିରେ ସାମାଜିକ ଗଣମାଧ୍ୟମରେ କିଛି ଗୁଜବ ପ୍ରଚାରିତ ହୋଇଥିଲା। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଯିବ ବୋଲି ବହୁ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ଏହାକୁ ନେଇ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଆସି ହିଂସାକାଣ୍ଡ ଘଟାଇଥିଲେ। ତୁରନ୍ତ ଏହା ଉଗ୍ରରୂପ ଧାରଣ କରିଥିଲା। ସୁରକ୍ଷା ଦାୟିତ୍ଵରେ ଥିବା ପୁଲିସ କର୍ମଚାରୀଙ୍କୁ ବି ଟେକାପଥର ମାଡ଼ କରାଯାଇଥିଲା। ୪୦ରୁ ଅଧିକ ଗାଡ଼ିମୋଟରରେ ନିଆଁ ଲଗାଇ ଦିଆଯାଇଥିଲା। ମହଲ ଅଞ୍ଚଳରେ ହିଂସା ବ୍ୟାପକ ହୋଇଥିଲା। ଏଥିରେ ୩୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ୫୦ ଦଙ୍ଗାକାରୀଙ୍କୁ ପୁଲିସ ଗିରଫ କରିଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories