www.samajalive.in
Monday, December 15, 2025
16.1 C
Bhubaneswar

ନାସା ମୁଖ୍ୟଙ୍କ ଚାଞ୍ଚଲ୍ୟକର ଖୁଲାସା- ‘ଚନ୍ଦ୍ରର କିଛି ଅଂଶ ଦଖଲ କରିବାକୁ ଚାହୁଁଛି ଚୀନ୍‌’

ଓ୍ବାଶିଂଟନ୍‌: ନାସା ମୁଖ୍ୟ ବିଲ୍‌ ନେଲ୍‌ସନ୍‌ ଚୀନ୍‌କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଚୀନ୍‌ ଚନ୍ଦ୍ରର କିଛି ଅଂଶ ଦଖଲ କରିବାକୁ ଚାହୁଁଛି ଏବଂ ଏଥିପାଇଁ ମହାକାଶରେ ଏକ ଗୁପ୍ତ ସାମରିକ କାର୍ଯ୍ୟକ୍ରମ ଚଳାଇଛି। ନେଲ୍‌ସନ୍‌ଙ୍କ କହିବାନୁଯାୟୀ, ସେମାନେ ଏହି ସୂଚନା ଲୁଚାଉଛନ୍ତି।

ନେଲ୍‌ସନ୍‌ କହିଛନ୍ତି, ଚୀନ୍ ସର୍ବଦା ଏହା କହିଆସୁଛି ଯେ ସେ ମହାକାଶରେ ତା’ର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବୈଜ୍ଞାନିକ। କୌଣସି ପ୍ରକାର ଜବରଦଖଲ କରିବା ତା’ର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଚୀନ୍‌ର ଉଦ୍ଦେଶ୍ୟ କିଛି ଅଲଗା। ଆମେ ଅନୁଭବ କରୁଛୁ ଯେ, ଚୀନ୍ ମହାକାଶ କ୍ଷେତ୍ରରେ ଅସାଧାରଣ ଅଗ୍ରଗତି କରିଛି, କିନ୍ତୁ ଏହାର ଅଧିକାଂଶ କାର୍ଯ୍ୟକ୍ରମ ଗୁପ୍ତ ରହିଛି। ଉଭୟ ଆମେରିକା ଏବଂ ଚୀନ୍ ଚନ୍ଦ୍ରରେ ସ୍ଥାୟୀ ବେସ୍‌ ନିର୍ମାଣ କରିବାକୁ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଚୀନ୍‌ର ବୈଜ୍ଞାନିକମାନେ ଡିଜ୍‌ନୀ ଲ୍ୟାଣ୍ଡ ଆକାରର ଏକ ଚନ୍ଦ୍ର ବେସ୍‌ ନିର୍ମାଣ କରିବାକୁ ଘୋଷଣା କରିଥିଲେ।

ସିଙ୍ଗାପୁର ପରେ ହଂକଂରେ ଏଭରେଷ୍ଟ ଓ ଏମ୍‌ଡିଏଚ ମସଲା ବିକ୍ରି ନିଷିଦ୍ଧ

- Advertisement -


ନେଲ୍‌ସନ୍‌ କହିଛନ୍ତି, ଚୀନ୍‌ର କାର୍ଯ୍ୟକଳାପରୁ ଜଣାପଡ଼ୁଛି ସେ ଚନ୍ଦ୍ରର କିଛି ଅଂଶକୁ ନିଜ କବ୍‌ଜାକୁ ନେବାକୁ ଚାହୁଁଛି। ଆମେ ଗୋଟିଏ ଦୌଡ଼ରେ ଅଛୁ। ୨୦୩୦ ସୁଦ୍ଧା ଚନ୍ଦ୍ରରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଛୁ। ଆମେ ସେଠାରେ ଶୀଘ୍ର ପହଞ୍ଚିବାକୁ ଚାହୁଁଛୁ। ଏଠାରେ ସୂଚନାଯୋଗ୍ୟ, ଆମେରିକା ସବୁବେଳେ ଚନ୍ଦ୍ରକୁ ନେଇ ଚିନ୍ତିତ ଥାଏ। ସେ ଚୀନ୍‌କୁ ତା’ର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରେ। କିନ୍ତୁ ନେଲ୍‌ସନ୍‌ ଦାବି କରିଛନ୍ତି ଯେ, ଆମେରିକା ଚୀନ୍‌ଠାରୁ ବହୁତ ଆଗରେ ଅଛି। ସେ କହିଛନ୍ତି, ଯଦି ଚୀନ୍ ପ୍ରଥମେ ସେଠାରେ ତା’ର ବେସ୍‌ ନିର୍ମାଣ ଆରମ୍ଭ କରେ, ତେବେ ସେ ଚନ୍ଦ୍ରର କିଛି ଅଂଶକୁ ଜବରଦଖଲ କରିପାରେ। ନାସା ଏଥିପାଇଁ ଚିନ୍ତିତ କାରଣ ଚୀନ୍ ୨୦୨୨ରେ ଏହାର ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିସାରିଛି। ଏହା ସହିତ ତା’ର ସାଟେଲାଇଟ୍‌ ସଂଖ୍ୟାକୁ ଦ୍ୱିଗୁଣିତ କରିଛି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories