କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା। ମଧୁସୂଦନ ଆଇନ ବିଶ୍ଵ ବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପରୀକ୍ଷା ବାତିଲ ହୋଇଛି। ଆଜି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା ଥିଲା। ମାତ୍ର ହଲ୍ ଭିତରେ ପ୍ରବେଶ କରିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କାରଣ ସିଲାବସ୍ରୁ ନୁହଁ, ପ୍ରଶ୍ନ ଗୁଡିକ ସିଲାବସ୍ ବାହାରୁ ଆସିଥିଲା । ତେଣୁ ଆଉଟ୍ ଅଫ୍ ସିଲାବସରେ ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ଛାତ୍ରଛାତ୍ରୀମାନେ ରୋକଠୋକ୍ ଶୁଣାଇ ଦେଇଥିଲେ। ଏହାକୁ ଗୁରତର ସହ ନେଇ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ କରିଦେଇଛନ୍ତି। ତେବେ ଆଗାମୀ ଦିନରେ କେବେ ପରୀକ୍ଷା ହେବ , ସେ ନେଇ ଜଣାଇ ଦିଆଯିବ ବୋଲି କୁହାଯାଇଛି।
Popular Categories



