www.samajalive.in
Monday, December 15, 2025
26.1 C
Bhubaneswar

ଟ୍ରମ୍ପଙ୍କୁ ଘଣ୍ଟାଏ ଅପେକ୍ଷା କରାଇଲେ ପୁଟିନ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବଭାବ ସମସ୍ତଙ୍କୁ ଉଣାଅଧିକେ ଜଣା। ପୁଟିନଙ୍କ ସ୍ବଭାବଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସେ ଯାହାକୁ ପସନ୍ଦ କରନ୍ତି ନାହିଁ ତାଙ୍କୁ ସାକ୍ଷାତ କରିବା ପୂର୍ବରୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଥାଆନ୍ତି। ଏହି ତାଲିକାରେ ଅନେକ ନେତାଙ୍କ ନାମ ରହିଛି। ତେବେ ସେଥିରେ ଯୋଡ଼ି ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଏକ ଅନ୍ତର୍ଜାତୀୟସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟ୍ରମ୍ପ ଆଲୋଚନା ପାଇଁ ପୁଟିନଙ୍କୁ ଫୋନ କରିଥିଲେ। ହେଲେ ପୁଟିନଙ୍କ ସହିତ କଥା ହେବା ଲାଗି ତାଙ୍କୁ ଘଣ୍ଟାଏ ଅପେକ୍ଷା କରିବାକୁ ପଡ଼ିଥିଲା। ସୂଚନା ଅନୁସାରେ, ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଲାଗି ଆଲୋଚନା ପାଇଁ ଟେଲିଫୋନ ଜରିଆରେ କଥା ହେବା ଲାଗି ଟ୍ରମ୍ପ ରୁଷ ରାଷ୍ଟ୍ରପତି ପୁଟିନଙ୍କ କାର୍ଯ୍ୟାଳୟକୁ ଫୋନ କରିଥିଲେ। ହେଲେ ପୁଟିନ ଟ୍ରମ୍ପଙ୍କ ସହିତ କଥା ହେଲା ଲାଗି ତାଙ୍କୁ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରାଇଥିଲେ। ରିପୋର୍ଟ ଅନୁସାରେ, ପୁଟିନ ସନ୍ଧ୍ୟା ୫ଟାରେ କ୍ରେମଲିନରେ ପହଞ୍ଚିଥିଲେ। ଟ୍ରମ୍ପଙ୍କ ଫୋନ ଆସିବାର ଧାର୍ଯ୍ୟ ସମୟର ୧ ଘଣ୍ଟା ପରେ ସେ କ୍ରେମଲିନରେ ପହଞ୍ଚିଥିଲେ। ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଆଲୋଚନା ପରେ ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ, ପୁଟିନ ୟୁକ୍ରେନର ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକ ଉପରେ ୩୦ ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବା ଲାଗି ସହମତି ଜଣାଇଛି।

- Advertisement -

ସୂଚନାଯୋଗ୍ୟ, ପୁଟିନ କୌଣସି ରାଷ୍ଟ୍ରର ମୁଖ୍ୟଙ୍କୁ ଆଲୋଚନା କିମ୍ବା ବୈଠକ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଇବା ନୂଆ କଥା ନୁହେଁ। ୨୦୧୪ରେ ପୁଟିନ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କୁ ୪ ଘଣ୍ଟା ଅପେକ୍ଷା କରାଇଥିଲେ। ଏହି ବୈଠକର ପ୍ରସଙ୍ଗ ମଧ୍ୟ ୟୁକ୍ରେନ ଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories