www.samajalive.in
Monday, December 15, 2025
26.1 C
Bhubaneswar

ଠିକାଦାର ଖୋଳିଦେଲେ ମେଗା ପ୍ରକଳ୍ପର ପାଇପ ଲାଇନ, ଉଦୟପୁର ଗ୍ରାମରେ ପାନୀୟ ଜଳ ସଙ୍କଟ 

ପାଟଣା : ସାହାରପଡା ବ୍ଲକର ଉଦୟପୁର ଓ ଖଜିରାପାଟ ପଞ୍ଚାୟତକୁ ମେଗା ଜଳ ପ୍ରକଳ୍ପରୁ ଜଳ ଯୋଗାଣ ନିମନ୍ତେ ନିର୍ମାଣ ହେଉଥିବା ପାଣି ଟାଙ୍କି ଜମି ବିବାଦ ପାଇଁ ଅଧାପନ୍ତରିଆ ହୋଇ ପଡିରହିଥିବାବେଳେ ଉଦୟପୁର ପଂଚାୟତର ପୂର୍ବରୁ ନିର୍ମାଣ ହୋଇଥିବା ବସୁଧା ଯୋଜନାର ଟାଙ୍କି ସହିତ ମେଗା ଜଳ ପ୍ରକଳ୍ପର ପାଇପ ସଂଯୋଗ କରାଯାଇ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯାଉଥିଲା । ମାତ୍ର ଆଜକୁ ଆଠ ଦିନରୁ ଅଧିକ ସମୟ ହେବ ରାସ୍ତା କାମ ହେଉଥିବା ଯୋଗୁ ଠିକାଦାର ଗଦଗଦି ନିକଟରେ ମେଗା ଜଳ ପ୍ରକଳ୍ପ ବିଛାଇ ଥିବା ପାଇପକୁ ଜେସିବି ମେସିନ ଦ୍ୱାରା ଖୋଳି ଦେଇଥିବାରୁ ପାଇପ କଟି ଯାଇଛି ଫଳରେ ଉଦୟପୁର ଗ୍ରାମକୁ ଜଳ ଯୋଗାଣ ଏକ ପ୍ରକାର ଠପ ହୋଇଯାଇଛି । ପ୍ରବଳ ଖରାରେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ କଲେ ସେ ଫୋନ ରିସିଭ କରୁ ନାହାନ୍ତି ବୋଲି ଉଦୟପୁର ଗ୍ରାମର କିଛି ବ୍ୟକ୍ତି ଅଭିଯୋଗ କରୁଛନ୍ତି । ଉଦୟପୁର ବାସୀଙ୍କୁ ଜଳ ସଙ୍କଟରୁ ରକ୍ଷା କରିବା ପାଇଁ ଗ୍ରାମବାସୀ ଦାବି ରଖିଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories