୨୦୩୫ ସୁଦ୍ଧା ମହାକାଶ କେନ୍ଦ୍ର, ୨୦୪୦ ସୁଦ୍ଧା ଚନ୍ଦ୍ରରେ ମହାକାଶଚାରୀ ପହଞ୍ଚାଇବ ଭାରତ

ଡେସ୍କ: ଭାରତ ‘ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର’ ନାମକ ମହାକାଶ କେନ୍ଦ୍ର କରିବାକୁ ଯୋଜନା କରିଛି ଏବଂ ଯଦି ସବୁ ଯୋଜନା ଠିକ୍ ରହେ ତେବେ ୨୦୪୦ ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀ ଚନ୍ଦ୍ରରେ ପହଞ୍ଚିବେ। ବୁଧବାର ଲୋକସଭାରେ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି, ଚନ୍ଦ୍ରଯାନ-୪କୁ ଦୁଇଟି ଉତକ୍ଷେପଣ ଯାନ ମାଧ୍ୟମରେ ଉତକ୍ଷେପଣ କରାଯିବ ଏବଂ ଏଥିରେ ପାଞ୍ଚଟି ଉପାଦାନ ରହିବ। ଚୟନ କରାଯାଇଥିବା ୪ ଜଣ ଗଗନଯାନ ମହାକାଶଚାରୀଙ୍କୁ କାହିଁକି ଜନସାଧାରଣଙ୍କ ନଜରରୁ ଦୂରେଇ ରଖାଯାଇଛି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଛନ୍ତି ଯେ ସେମାନଙ୍କୁ ବିଭ୍ରାନ୍ତିରୁ ଦୂରେଇ ରଖିବା ପାଇଁ ଏହା କରାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଗଗନଯାନର ଏକ ମହିଳା ରୋବୋଟ୍ ସହ ପରୀକ୍ଷଣ ଉଡ଼ାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।
Comments are closed.