www.samajalive.in
Sunday, December 14, 2025
26.1 C
Bhubaneswar

ଇନ୍ଦ୍ରାବତୀ କେନାଲରେ ବୁଡ଼ି ନାବାଳିକା ମୃତ

କଲମପୁର: କଲମପୁର ପୁଲିସ ଥାନା ଅଧିନସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବ୍ରାହ୍ମଣ କେନ୍ଦୁଗୁଡା ଘାଟଠାରେ ଗାଧୋଇବାକୁ ଯାଇ ଜଣେ ନାବାଳିକାଙ୍କର କେନାଲର ୧୨ଫୁଟ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ପରବର୍ତ୍ତୀ ସମୟରେ କଲମପୁର ଅଗ୍ନିଶମ ବାହିନୀଙ୍କ ଦ୍ବାରା ମୃତଦେହ ଉଦ୍ଧାର ହେବା ଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁସାରେ, ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ମହେନ୍ଦ୍ର ମାଝୀଙ୍କ ୧୧ ବର୍ଷିୟ ନାବାଳିକା ଝିଅ ରୁଚିକା ମାଝୀ ଗୁରୁବାର ବନ୍ଧକନା ସରସ୍ବତୀ ଶିଶୁ ମନ୍ଦିରରୁ ଫେରିବା ପରେ ଗାଧୋଇବା ପାଇଁ ନିକଟରେ ଥିବା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଯାଇଥିଲା। ସେଠାରେ ଗାଧୋଉଥିବା ବେଳେ ହଠାତ ଗଭୀର ପାଣିରେ ଗୋଡ ଖସିଯିବାରୁ ପ୍ରାୟ ୧୨ ଫୁଟ୍ ପାଣିରେ ବୁଡ଼ି ନିଖୋଜ ହେଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏ‌ହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପାଣି ଭିତରେ ବୁଡ଼ି ନିଖୋଜ ରୁଚିକାକୁ ଖୋଜିଥିଲେ। ଘଟଣାସ୍ଥଳରୁ ପ୍ରାୟ ୧୫୦ ମିଟର ଦୂରରେ ପାଣି ଭିତରୁ ରୁଚିକାକୁ ଉଦ୍ଧାର କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ରୁଚିକାକୁ ମୃତ ଘୋଷଣା କରିଥିଲେ। ଏନେଇ କଲମପୁର ପୁଲିସ ଥାନା ପକ୍ଷରୁ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରାଯାଇଛି। ଏହାପରେ ପୁଲିସ ଶବକୁ ଜବତ କରି ପଞ୍ଚନାମା କରିଥିଲେ। କଲମପୁରଠାରେ ମୃତଦେହ ବ୍ୟବଚ୍ଛେଦ ବ୍ୟବସ୍ଥା ନଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories