www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ରମନ୍ତ୍ରୀଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ଗୁଳିମାଡ଼: ଜଣେ ମୃତ, ମା’ ଗୁରୁତର

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ଗୁଳିମାଡ଼ ହୋଇଛି। ଏଥିରେ ବଡ଼ ଭଣଜା ବିଶ୍ଵଜିତ ରାୟଙ୍କ ମୃତ୍ୟୁ ଘଟିଥିବାବେଳେ ସାନ ଭଣଜା ଜୟଜିତ ରାୟ ଏବଂ ଉଭୟଙ୍କ ମା’ ହିନା ଦେବୀ ଗୁରୁତର ଆହତ ହୋଇଛନ୍ତି। ବିହାରର ନବଗଚ୍ଛିଆ ଅନ୍ତର୍ଗତ ଜଗତପୁର ଅଞ୍ଚଳରେ ଗୁରୁବାର ଏହି ଘଟଣା ଘଟିଛି। ଆହତଦ୍ବୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବିଶ୍ଵଜିତ ଏବଂ ଜୟଜିତ ଦୁଇ ଭାଇ। ସେମାନେ ନିଜ ମା’ଙ୍କ ସହିତ ଜଗତପୁରରେ ଗୋଟିଏ ଘରେ ରହୁଥିଲେ। ଉଭୟେ ଚାଷ କରି ପରିବାର ଚଳାଉଥିଲେ। ଚାଷ ଜମିକୁ ପାଣି ନେବା ଲାଗି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ଜୟଜିତ ବଡ଼ ଭାଇ ବିଶ୍ଵଜିତଙ୍କ ଉପରକୁ ଗୁଳି ଚଳାଇଥିଲେ। ବିଶ୍ଵଜିତଙ୍କଠାରେ ଗୁଳି ଲାଗିବା ପରେ ସେ ଜୟଜିତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ। ଏପରି କି ଉଭୟଙ୍କ ମଧ୍ୟରେ ଗୁଳିମାଡ଼ରେ ଗୋଟିଏ ଗୁଳି ମା’ଙ୍କ ହାତରେ ବି ବାଜିଥିଲା। ସମସ୍ତଙ୍କୁ ଡାକ୍ତରଖାନା ନିଆଯିବା ବାଟରେ ବିଶ୍ଵଜିତଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories