www.samajalive.in
Thursday, December 11, 2025
18.1 C
Bhubaneswar

ହାତ ପାହାନ୍ତାରେ ମିଳିଲା ସରକାରୀ ସୁବିଧା, ୪୦ରୁ ଊର୍ଦ୍ଧ୍ବ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କଲା ବିଭାଗ

ବାଲିଗୁଡା: କନ୍ଧମାଳ ଜିଲାରେ ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତାକୁ କିଭଳି ପାଳନ କରିବେ ସେନେଇ ସଚେତନ କରାଯିବାସହ ସେମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ ନାମ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଗୁରୁବାର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହ ପରିସର ମଧ୍ୟରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପଞ୍ଜୀକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦ରୁ ଊର୍ଦ୍ଧ୍ବ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କରାଯାଇଛି। ଏଥିରେ ଜିଲା ଖାଦ୍ୟ ନିରାପତ୍ତା ପ୍ରାଧିକାରଣର ଅଧିକାରୀ ସତ୍ୟବ୍ରତ ଷେଣ୍ଢ, ବାଲିଗୁଡା ମେଡିକାଲ ଏସଡିଏମଓ ଡକ୍ଟର ଶ୍ରବଣ ସାହୁକର ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସାୟୀମାନଙ୍କୁ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ସହ ଅନଲାଇନ ପଞ୍ଜୀକୃତ କରାଇଥିଲେ। ଯେଉଁମାନେ ଏହି ଶିବିରରେ ପଞ୍ଜୀକୃତ କରିବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଅନଲାଇନରେ ପଞ୍ଜୀକୃତ କରାଇପାରିବେ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ଷେଣ୍ଢ କହିଛନ୍ତି ଯେ ଜିଲାର ବିଭିନ୍ନ ବ୍ଲକରେ ଏଭଳି ଶିବିର କରାଯାଇ ପଞ୍ଜୀକୃତ କରାଯାଉଛି। ପ୍ରଥମେ ଜି.ଉଦୟଗିରି ବ୍ଲକରେ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବ୍ଲକ ଭାବେ ଦାରିଙ୍ଗବାଡି ଏବଂ ତୃତୀୟ ବ୍ଲକ ଭାବେ ବାଲିଗୁଡାରେ ଏହି ମେଳାର ଆୟୋଜନ କରାଯାଇଥିବା ସେ କହିଛନ୍ତି। ହାତ ପାହାନ୍ତାରେ ବ୍ୟବସାୟୀ ମାନଙ୍କ ପଞ୍ଜୀକୃତ ହୋଇଥିବାରୁ ବାଲିଗୁଡା ବ୍ଲକ ଅଞ୍ଚଳର ବ୍ୟବସାୟୀ ମାନେ ଜିଲା ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ବିଭାଗକୁ ସାଧୁବାଦ ଜଣାଇଛନ୍ତି। ଏହାଦ୍ୱାରା ବ୍ୟବସାୟୀ ଏବଂ ଜିଲା ପ୍ରଶାସନ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରିଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories