www.samajalive.in
Saturday, December 13, 2025
27.1 C
Bhubaneswar

ଥରେ ଚାର୍ଜ କଲେ ଚାଲିବ ୩୨୦ କି.ମି., ଏହି କାରରେ ଅଫର ଦେଉଛି କମ୍ପାନୀ

ନୂଆଦିଲ୍ଲୀ : ସିଟ୍ରୋନ୍ ଇଣ୍ଡିଆ ନିଜ ପୋର୍ଟଫୋଲିଓର ଏକମାତ୍ର ଇଲେକ୍ଟ୍ରିକ୍ କାର୍ ଇସି୩ରେ ଚଳିତ ମାସରେ ଦମଦାର ରିହାତି ପ୍ରଦାନ କରୁଛି । କମ୍ପାନୀ ଇସି୩ର ପୁରୁଣା ଷ୍ଟକ୍ ଅର୍ଥାତ୍ ୨୦୨୪ ମଡେଲରେ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । ଏହି ଇଲେକ୍ଟ୍ରିକ୍ କାରର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୧୧.୯୯ ଲକ୍ଷ ଟଙ୍କା । ଗ୍ରାହକଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଅଫରର ଫାଇଦା ମିଳିବ ।

ସିଟ୍ରୋନ୍ ଇସି୩କୁ ଫୁଲ ଚାର୍ଜ କଲେ ୨୨୮ କିଲୋମିଟର ଯାତ୍ରା କରିହେବ । ତେବେ ବିନା ଏସିରେ ଏହାକୁ ୩୨୦ କିଲୋମିଟର ପର୍ଯ୍ୟନ୍ତ ଚଳାଇହେବ । ଏଥିରେ ବ୍ଲାଙ୍କ୍ଡ-ଅଫ୍ ଫ୍ରଣ୍ଟ ଗ୍ରିଲ୍ ଓ ଫ୍ରଣ୍ଟ ଫେଣ୍ଡରରେ ଚାର୍ଜିଂ ଫ୍ଲାପକୁ ଛାଡି ସବୁ କିଛି ସିଥ୍ରି ମଡେଲ ଭଳି ମିଳିବ । ଏହାର ଇଣ୍ଟିରିୟର କ୍ୟାବିନରେ ଓ୍ବେୟାରଲେସ୍ ଆପଲ କାରପ୍ଲେ ଓ ଆଣ୍ଡ୍ରଏଡ୍ ଅଟୋ ସହିତ ୧୦.୨ ଇଞ୍ଚର ଡିସପ୍ଲେ, ଏକ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଏକ ଡୁଆଲ ଟୋନ୍ ଡ୍ୟାଶବୋର୍ଡ ଓ କଲର ବିକଳ୍ପ ସହିତ ଫେବ୍ରିକ୍ ସିଟ୍ ମିଳେ । ସେଫ୍ଟି ପାଇଁ ଏଥିରେ ଡୁଆଲ ଫ୍ରଣ୍ଟ୍ ଏୟାରବ୍ୟାଗ, ସିଟ୍ ବେଲ୍ଟ ରିମାଇଣ୍ଡର ଓ ବେଲ୍ଡ ଲୋଡ୍ ଲିମିଟର ମିଳିବ ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories