ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର, ୭୮୮ ଲୋକ ଉପକୃତ

କଣ୍ଟାବାଞ୍ଜି : ମାରୱାଡ଼ି ଯୁବା ମଞ୍ଚ ଓ ମାରୱାଡ଼ି ପ୍ରଗତି ଶାଖା ତରଫରୁ ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ଓ କ୍ରିଷ୍ଣା ବିକାଶ ହସ୍ପିଟାଲ ବରଗଡ଼ଙ୍କ ସହଯୋଗରେ ଆଜି ସ୍ଥାନୀୟ ହରିଭବନଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ମାରୱାଡ଼ି ଯୁବା ମଞ୍ଚର ସଭାପତି ବିମଳ ଜୈନ ଓ କାର୍ଯ୍ୟକ୍ରମ ସଂଯୋଜକ ମୋହନ ସୋନିଙ୍କ ନେତୃତ୍ଵରେ ସ୍ୱର୍ଗୀୟ ସତୀଶ କୁମାର ସୋନିଙ୍କ ସ୍ମୃତିରେ ହୋଇଥିବା ଏହି ଶିବିରରେ ମୁଖ୍ୟ ଅତିଥି ଭାଭେ ସ୍ଥାନୀୟ ତହସିଲଦାର ବିଶନାଥ ଖାଲଖୋ , ସମ୍ମାନିତ ଅତିଥି ଅଗ୍ରୱାଲ ସଭାର ସଭାପତି କୈଳାସ ଅଗ୍ରୱାଲ ଯୋଗ ଦେଇଥିବାବେଳେ ବିକାଶ ମେଡିକାଲର ଡ଼ା ଅଜିତ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଶିବିରରେ ୭୮୮ ଲୋକ ଉପକୃତ ହୋଇଥିବା ବେଳେ ୫ ରୋଗୀଙ୍କୁ ଆଖି ଅପରେସନ ପାଇଁ ବରଗଡ଼ ପଠା ଯାଇଛି ଅନ୍ୟ ପକ୍ଷରେ ୧୨ ରୁ ଉର୍ଦ୍ଧ୍ବ ଡାକ୍ତର ଏହି ଶିବିର ଯୋଗ ଦେଇଥିଲେ । ରୋଗୀ ମାନଙ୍କ ବିଭିନ୍ନ ରୋଗର ମାଗଣା ପରାମର୍ଶ ଦେବା ସହ ସମସ୍ତ ରୋଗୀଙ୍କ ମାଗଣା ରକ୍ତଚାପ, ମଧୁମେହ, ପରୀକ୍ଷା କରାଯିବ ଏହାସହ ଚକ୍ଷୁ ପରୀକ୍ଷା ମଧ୍ୟ ମାଗଣାରେ କରିବା ସହ ଆବଶ୍ୟକ ଔଷଧ ମଧ୍ୟ ମାଗଣାରେ ଦିଆଯାଇଥିଲା । ୨୫ ଜଣିଆ ଟିମ ସେବା ଦେଇଥିବା ବେଳେ ଡାକ୍ତର ପ୍ରଣୟ ପାଣିଗ୍ରାହୀ ଶିଶୁରୋଗ ବିଶେଷଜ୍ଞ,ଡାକ୍ତର ସନ୍ତୋଷ ଟେଟେ ମେଡିସିନ ବିଶେଷଜ୍ଞ, ଡାକ୍ତର ରାଜେଶ ଷଡଙ୍ଗୀ କାନ ନାକ ରୋଗ ବିଶେଷଜ୍ଞ, ଡାକ୍ତର ସୌଭିକ ଦଶୁକିଲ ମୁଖ ସର୍ଜରୀ, ଡାକ୍ତର ଶ୍ରଦ୍ଧା ସୁମନ ପାଲ ଦନ୍ତରୋଗ, ଡାକ୍ତର ମନୋଜ କୁମାର ସାହୁ ମୂତ୍ର ରୋଗ ବିଶେଷଜ୍ଞ, ଡାକ୍ତର ମନାଲି ଡେକାରାଜା ଚର୍ମରୋଗ ବିଶେଷଜ୍ଞ, ଡାକ୍ତର ନାରାୟଣ ପ୍ରସାଦ ମିଶ୍ର ଅସ୍ଥିସଲ୍ୟ ବିଶେଷଜ୍ଞ, ଡାକ୍ତର ଯସୋବନ୍ତ୍ ଧନବଲ୍ ଫୁସଫୁସ ଓ ଛାତି ରୋଗ ବିଶେଷଜ୍ଞ, ଡାକ୍ତର ଅମନ୍ ଦାସ ଫିଜିଓଥେରୋପି ସହ ଟିମ୍ ଯୋଗ ଦେଇଥିଲେ । ଏହି ଶିବିରକୁ ସଫଳ କରିବା ପାଇଁ ବିପୁଳ ଆର୍ୟ୍ଯ , ଆରତି ମିତ୍ତଲ, ଦିପା ଜୈନ,ପୂଜା ଅଗ୍ରୱାଲ, ରୁଚିକା ଖଣ୍ଡବାଳ, ଗୋପାଳ ଅଗ୍ରୱାଲ, ନାରାୟଣ ଅଗ୍ରୱାଲ, ଅନୁପ ଅଗ୍ରୱାଲ, ଆଶୁତୋଷ ଖେମକା,ଋଷି ଅଗ୍ରୱାଲ, ମନିଶ ଅଗ୍ରୱାଲ, ରୋହିତ ଲାଠ ସହ ଅନ୍ୟମାନେ ସହଯୋଗ କରିଥିଲେ ।
Comments are closed.